Below header

ବ୍ୟାଙ୍କ କର୍ମଚାରୀଙ୍କୁ ଦୀପାବଳି ଭେଟି, ଆଗାମୀ ୫ ବର୍ଷ ପାଇଁ ୧୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଲା ବେତନ

ଦେଶର ବିଭିନ୍ନ ପ୍ରାନ୍ତରେ କାର୍ଯ୍ୟରତ ପାଖାପାଖି ୮.୫ ବ୍ୟାଙ୍କ କର୍ମଚାରୀଙ୍କୁ ଦୀପାବଳି ଅବସରେ ଏକ ବଡ ଧରଣର ଭେଟି ମିଳିଛି । ଆଗାମୀ ୫
ବର୍ଷ ପାଇଁ ଏହି ବ୍ୟାଙ୍କ କର୍ମଚାରୀ ମାନଙ୍କ ବେତନ ୧୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇ ଦେବା ନେଇ ନିଷ୍ପତ୍ତି ହୋଇଛି । ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି ।

କିନ୍ତୁ ଏହି ନିଷ୍ପତ୍ତି କାର୍ଯ୍ୟକ୍ଷମ ହେବା ପରେ ଦେଶର ବିଭିନ୍ନ ବ୍ୟାଙ୍କ ଗୁଡିକ ଉପରେ ପ୍ରାୟ ୭ ହଜାର ୮୯୮ କୋଟି ଟଙ୍କାର ୠଣଭାର ପଡିବ । ବୁଧବାର ଆଇବିଏର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସୁନୀଲ ମେହେଟା ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ କହିଛନ୍ତିକି, ବେତନ ବୃଦ୍ଧି ନିଷ୍ପତ୍ତିକୁ ନେଇ ଭାରତୀୟ ବ୍ୟାଙ୍କ ସଂଘ ସହମତି ପ୍ରକାଶ କରିଛି ।

କହିରଖିବା ଉଚିତ ହେବକି ୨୦୧୭ ମସିହା ନଭେମ୍ବର ପହିଲା ଠାରୁ ପିଛିଲା ଭାବରେ ବେତନ ବୃଦ୍ଧି ଲାଗୁ କରାଯିବ । ଏହାକୁ ନେଇ ଗଠିତ ଦସ୍ତାବିଜରେ ୟୁନାଇଟେଡ଼ ଫୋରମ ଅଫ ବ୍ୟାଙ୍କ ୟୂନିୟନସ ଓ ବ୍ୟାଙ୍କ କର୍ମଚାରୀ ମହାସଂଘ ଉଭୟ ହସ୍ତାକ୍ଷର କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.