ଦ୍ୱାଦଶ ପାସ୍‌ କରିଥିବା ଯୁବପିଢ଼ିଙ୍କ ପାଇଁ ସରକାରୀ ଚାକିରିର ସୁଯୋଗ, IOCL ରେ ନିଯୁକ୍ତି ଜାରି

ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ଲିମିଟେଡ (IOCL) ରେ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ଅପରେଣ୍ଟିସ୍‌ ପଦବୀରେ ହେବାକୁ ଯାଉଛି। ଇଛୁକ ଏବଂ ଯୋଗ୍ୟ ଆବେଦନକାରୀ ୨୨ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ପଦବୀ ନାମ ଏବଂ ପଦ ସଂଖ୍ୟା:

ଟେକ୍ନିସିଆନ୍‌ ଅପରେଣ୍ଟିସ୍‌, ଟ୍ରେଡ ଅପରେଣ୍ଟିସ୍‌ ଏବଂ ଡାଟା ଏଣ୍ଟ୍ରି ଅପରେଟର ସମେତ ବିଭିନ୍ନ ପଦବୀରେ ନିଯୁକ୍ତି: ୪୮୨

ଜରୁରୀ ତାରିଖ:

ଆବେଦନ ପତ୍ର ଜମା କରିବାର ପ୍ରାରମ୍ଭିକ ତାରିଖ:୦୪ ନଭେମ୍ବର ୨୦୨୦

ଆବେଦନ ପତ୍ର ଜମା କରିବାର ଅନ୍ତିମ ତାରିଖ:୨୨ ନଭେମ୍ବର ୨୦୨୦

ପରୀକ୍ଷା ତାରିଖ: ୦୬ ଡିସେମ୍ବର ୨୦୨୦

ବୟସ ସୀମା:

ଉକ୍ତ ପଦବୀରେ ଆବେଦନ ପାଇଁ ଆବେଦନକାରୀଙ୍କ ନ୍ୟୁନତମ ବୟସ ସୀମା ୧୮ ବର୍ଷ ଏବଂ ଅଧିକତମ ବୟସ ସୀମା ୨୪ ବର୍ଷ ନିର୍ଦ୍ଦାରିତ କରାଯାଇଛି।

ioclଶିକ୍ଷାଗତ ଯୋଗ୍ୟତା:

ଆବେଦନକାରୀଙ୍କ ପାଇଁ ନ୍ୟୁନତମ ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ପାସ୍‌ ଏବଂ କିଛି ପଦବୀ ପାଇଁ ସ୍ନାତ୍ତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ଆବେଦନ ପ୍ରକ୍ରିୟା:

ଇଛୁକ ଆବେଦନକାରୀ IOCL ର ଅଧିକାରୀକ େଓ୍ଵବସାଇଟ୍‌ ଜରିଆରେ ଜାରି କରାଯାଇଥିବା ସୂଚନାକୁ ଡାଉନଲୋଡ କରି ଉଲ୍ଲେଖ କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁସାରେ ୨୨ ନଭେମ୍ବର ୨୦୨୦ ପୂର୍ବରୁ ଆବେଦନ ପ୍ରକ୍ରିୟା ପୂରଣ କରିପାରିବେ। ଧ୍ୟାନ ରଖିବେ ଆବେଦନ ସମୟରେ ଯେପରି କୌଣସି ତ୍ରୁଟି ନରହେ।

ଚୟନ ପ୍ରକ୍ରିୟା:

ଆବେଦନକରୀଙ୍କୁ ଲିଖିତ ପରୀକ୍ଷା ମାଧ୍ୟମରେ ଚୟନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.