ଖୋର୍ଦ୍ଧା ସାରୁଅ ଜମି ହଡପ ପ୍ରସଙ୍ଗ: ଜଗି ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ମାମଲାର ହାଇକୋର୍ଟରେ ଆଜି ଶୁଣାଣି

ଖୋର୍ଦ୍ଧା : ଖୋର୍ଦ୍ଧା ସାରୁଅ ଜମି ହଡପ ପ୍ରସଙ୍ଗରେ ଆଜି ହାଇକୋର୍ଟରେ ଶୁଣାଣି । ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ମାମଲାର ଶୁଣାଣି କରିବେ କୋର୍ଟ । ଗତ ୫ ତାରିଖରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଉଭୟଙ୍କୁ ନଭେମ୍ବର ୧୨ତାରିଖ ପର୍ଯ୍ୟନ୍ତ ଗିରଫ କରାଯାଇପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

jagiଓଡ଼ିଶା ଇନଫ୍ରାଟେକ୍‌ ପ୍ରାଇଭେଟ ଲିମିଟେଡ ଏହି ମୂଳ ମାମଲା କରିଥିବାବେଳେ କମ୍ପାନୀର ପ୍ରମୋଟର ଭାବେ ଜଗି ପଣ୍ଡା ଓ ବୈଜୟନ୍ତ ପଣ୍ଡା ପକ୍ଷ ହେବା ପାଇଁ ଆବେଦନ କରିଥିଲେ । କ୍ରାଇମବ୍ରାଞ୍ଚ EOW ଏହି ମାମଲାର ତଦନ୍ତ କରୁଛି । ସେହିଭଳି ଖୋର୍ଦ୍ଧା ସାରୁଅରେ ବେଆଇନ ଭାବେ ଷ୍ଟୁଡିଓ ନିର୍ମାଣ ଅଭିଯୋଗ ମାମଲାରେ ଖୋର୍ଦ୍ଧା ପୋଲିସ ତଦନ୍ତ ଜାରି ରଖିଛି । ଅନ୍ୟପଟେ ହାଇକୋର୍ଟରେ ଜଗି ମଙ୍ଗତ ପଣ୍ଡାଙ୍କ ପକ୍ଷରୁ ଅନ୍ୟ ଏକ ମାମଲା ଦାୟର ହୋଇଛି । ଆଜି ହାଇକୋର୍ଟରେ ଏହି ମାମଲାର ମଧ୍ୟ ଶୁଣାଣି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.