ସମୁଦ୍ରରେ ବୋଟିଂ କରୁଥିବା ଯୁବତୀଙ୍କୁ ହଠାତ୍‌ ଆକ୍ରମଣ କଲା ସାର୍କ, ଭିଡିଓରେ ଦେଖନ୍ତୁ ତା’ପରେ କଣ ହେଲା

କାଲିଫର୍ଣ୍ଣିଆର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ କିଛି ଯୁବତୀ ସମୁଦ୍ରରେ କାୟାକିଂ (ଛୋଟ ଆକୃତିର ଡଙ୍ଗା ଚଳାଇବା) କରୁଥିବା ଦେଖାଯାଇଛି। ଏହି ସମୟରେ ହଠାତ୍‌ ଏକ ସାର୍କ ଆସି ଯୁବତୀକୁ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଭିଡିଓକୁ ଧ୍ୟାନ ଦେଇ ଦେଖିଲେ ଜାଣିପାରିବେ ଯେ ସାର୍କଟି ଯୁବତୀଙ୍କୁ ଗିଳିବାକୁ ଚେଷ୍ଟା କରୁଛି।

ଦେଖନ୍ତୁ ଭିଡିଓ:

Video Courtesy: Kellie Balentine

ରିପୋର୍ଟ ମୁତାବକ ସାର୍କ ଆକ୍ରମଣର ଶିକାର ହୋଇଥିବା ଯୁବତୀ ଦ୍ୱୟଙ୍କ ନାଁ ଜୁଲି ମ୍ୟାକସୋରଲେ ଓ ଲିଜ କାଟ୍ରିୟଲ। ଜୁଲି ଓ ଲିଜ୍‌ କହିଛନ୍ତି ସେମାନେ କାୟାକିଂ କରୁଥିବା ବେେ ତାଙ୍କ ନିକଟକୁ ଏକ ବଡ଼ ମାଛ ଆସୁଥିବା ଦେଖିବାକୁ ପାଇଥିଲେ। ବିରାଟକାୟ ମାଛକୁ ଦେଖି ସେମାନେ ଚିଲ୍ଲାଇଥିଲେ ଓ କିଛି ବୁଝିବା ପୂର୍ବରୁ ଉପରକୁ ଉଠି ସିଧାଯାଇ ପାଣିରେ ପଡ଼ିଯାଇଥିଲେ। ସେତେବେଳେ ସେମାନେ ଜାଣିଲେ ଯେ ତାହା ମାଛ ନୁହେଁ ବରଂ ସାର୍କ। ସାର୍କଟି ତାଙ୍କ ଉପରେ ସମ୍ପୂର୍ଣ୍ଣ ଚଢ଼ିଯାଇଥିଲା ଓ ଗିଳିବାକୁ ଚେଷ୍ଟା କରିଥିଲା।

କିନ୍ତୁ ନିକଟରେ ଥିବା ଅନ୍ୟ ଲୋକମାନେ ସାର୍କକୁ ଘଉଡ଼ାବାରୁ ସେ ସେଠାରୁ ଚାଲି ଯାଇଥିଲା। ଫଳରେ ଯୁବତୀ ଦ୍ୱୟ ଅଳ୍ପକେ ବଞ୍ଚିଯାଇଥିଲେ ବୋଲି କହିଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ଏହି ଘଟଣାର ଭିଡିଓ ମଧ୍ୟ କରିଥିଲେ, ଯାହା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.