ଏବେ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ ସବୁ କାମ କେମିତି କରିବେ

ନୂଆ ବର୍ଷ ଆରମ୍ଭ ହେବାକୁ ଆଉ ମାତ୍ର ହାତରେ ଦିନ କେଇଟା। ଏହି କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ୬ ଦିନର ବ୍ୟାଙ୍କ ଛୁଟି ରହିଛି। ବ୍ୟାଙ୍କ କର୍ମଚାରୀଙ୍କ ପାର୍ଟ ଏବେ ବଡ଼ଦିନ ଠାରୁ ଆରମ୍ଭ ହୋଇ ଜାନୁଆରୀ ୨ ଯାଏଁ ଚାଲିବ। କାରଣ ଆର ମାସର ପ୍ରଥମ ୨ ଦିନ ବି ବ୍ୟାଙ୍କ ବନ୍ଦ ରହିବ।
ବ୍ୟାଙ୍କ ନ୍ୟାସନାଲ ଛୁଟି ବ୍ୟତୀତ କେତେକ ରାଜ୍ୟରେ ରିଜିଓନାଲ ହଲିଡେଜ ବି ରହିଛି। ୨୦୨୧ ମସିହାର ବଳକା ୬ ଦିନକୁ ଦେଖିଲେ ଶୁକ୍ରବାର ଠାରୁ ହିଁ ଛୁଟି ଆରମ୍ଭ ହୋଇଯାଇଛି। ଗତ କାଲି ୨୫ ଡିସେମ୍ବର ମାସର ଚତୁର୍ଥ ଶନିବାର ଯୋଗୁ ଛୁଟି ଥିବା ବେଳେ ଆଜି ୨୬ ଡିସେମ୍ବର ରବିବାର ଯୋଗୁ ବ୍ୟାଙ୍କ ବନ୍ଦ ରହିଛି। ଏଣୁ ଏହି ୨ ଦିନ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିଛି।
ଏହା ପର ୨୭ ଡିସେମ୍ବରରେ ମିଜୋରାମ୍ରେ କ୍ରିସ୍ମାସ ସେଲିବ୍ରେସନ୍ ପାଇଁ ଛୁଟି ରହିଛି। ୩୦ ଡିସେମ୍ବରରେ ମେଘାଳୟରେ ୟୁ କିୟାଙ୍ଗ୍ ନାଙ୍ଗବାହ ଉପଲକ୍ଷେ ବ୍ୟାଙ୍କ ବନ୍ଦ ରହିବ। ମାସର ଶେଷ ଦିନ ଡିସେମ୍ବର ୩୧ରେ ମିଜୋରାମରେ ନୂଆ ବର୍ଷର ପୂର୍ବ ସନ୍ଧ୍ୟା ଯୋଗୁ ବ୍ୟାଙ୍କ ବନ୍ଦ ରହିବ। ଏଭଳି ଭାବେ ବର୍ଷର ବଳକା ୬ ଦିନରୁ ୫ ଦିନ କେଉଁଠି ନା କେଉଁଠି ବ୍ୟାଙ୍କ ବନ୍ଦ ରହୁଛି।
ସେହିପରି ନୂଆବର୍ଷର ଆରମ୍ଭ ବି ଶନିବାର ଠାରୁ ହେଉଛି। ବର୍ଷର ପ୍ରଥମ ଦିନ ହୋଇଥିବାରୁ ନୂଆ ବର୍ଷ ଯୋଗୁ ଜାନୁଆରୀ ୧ ତାରିଖରେ ବ୍ୟାଙ୍କ ବନ୍ଦ ରହିବ। ଏହି ଛୁଟି ପୂରା ଦେଶରେ ଲାଗୁ ହେବ। ଏହା ପରଦିନ ଜାନୁଆରୀ ୨ ତାରିଖ ରବିବାର ପଡ଼ୁଥିବାରୁ ସେଦିନ ବି ବ୍ୟାଙ୍କ ବନ୍ଦ ରହିବ। ଏହି ଭଳି ଭାବେ ଲଗାତାର ୭ ଦିନ ଧରି ଏବେ ବ୍ୟାଙ୍କ କାମ ବନ୍ଦ ରହିବ। କିନ୍ତୁ ଗ୍ରାହକମାନେ ଅନ୍ଲାଇନ୍ ଜରିଆରେ ନିଜ ବ୍ୟାଙ୍କ କାମ ଆରାମରେ କରିପାରିବେ।