ହୋଟେଲ ରୁମରେ ଶୋଇଥିଲେ କ୍ୟାପଟେନ୍ କୁଲ୍, ହଠାତ୍ କବାଟ ଖୋଲି ସାମ୍ନାରେ ଆସିଗଲା ଭୂତ

କ୍ରିକେଟ ମଇଦାନରେ ଆଜି ବି ଏମଏସ ଧୋନୀଙ୍କ ଉପସ୍ଥିତି ବିରୋଧୀ ଟିମ୍ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଥାଏ। ଧୋନୀଙ୍କ ବ୍ୟାଟିଂରେ ପ୍ରତିପକ୍ଷ ଟିମ୍ ଭୟ କରିଯାଉଥିଲେ। କିନ୍ତୁ ଧୋନୀଙ୍କ ଇଣ୍ଟରନ୍ୟାସନାଲ କ୍ୟାରିଅର ସମୟରେ ଏମିତି ସମୟ ଆସିଥିଲା, ଯେଉଁ ସମୟରେ ଧୋନୀ ଭୟ କରିଯାଇଥିଲେ।
ଧୋନୀଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଟିମ୍ ଇଂଲଣ୍ଡ ଗସ୍ତ କରିଥିଲା। ଯେଉଁଠି ୫ଟି ଟେଷ୍ଟ, ୫ ଟି ଦିନିକିଆ ଏବଂ ୧ ଦିନ ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚର ସିରିଜ ଖେଳାଯାଇଥିଲା। ଆଉ ଏହି ସମୟରେ ଟିମ୍ ଇଣ୍ଡିଆ ଲଣ୍ଡନର ଲାଙ୍ଗହମ୍ ହୋଟେଲରେ ରହିଥିଲା। ଆଉ ଏହି ହୋଟେଲରେ ଧୋନୀ ଭୂତ ଦେଖିଥିଲେ। ଯାହାକୁ ଦେଖି କ୍ୟାପଟେନ୍ କୁଲ ଭୟକରିଯାଇଥିଲେ।
ସୂଚନା ମୁତାବକ, ହୋଟେଲର ଏକ ରୁମରେ ଧୋନୀ ଏକୁଟିଆ ଆରାମ କରୁଥିଲେ। ଠିକ୍ ସେହି ସମୟରେ ରୁମର କବାଟ ଧୀରେ ଖୋଲିବାକୁ ଲାଗିଲା। ଯାହା ଜାଣିବା ପରେ ଧୋନୀ ଭୟ କରିବାକୁ ଆରମ୍ଭ କଲେ। ଭାବିଲେ ହୁଏତ, କବାଟ ପବନରେ ଖୋଲିଥାଇପାରେ। ଏହା ଭାବି ସେ ରୁମ୍ର କବାଟ ପୁଣି ଥରେ ବନ୍ଦ କରି ଶୋଇପଡିଲେ। କିନ୍ତୁ ପୁଣି ଥରେ ତା ପର ଦିନ ରାତିରେ ଧୋନୀଙ୍କ ସହିତ ଏମିତି ଘଟଣା ଘଟିଲା। ଧୋନୀ ଏପରି କଥାରେ ଡରି ହୋଟେଲ ଷ୍ଟାଫଙ୍କୁ କହି ରୁମ୍ ବଦଳାଇଦେଇଥିଲେ।
କେବଳ ଧୋନୀ ନୁହେଁ ବରଂ ଲଣ୍ଡନ ହୋଟେଲରେ ଇଂଲଣ୍ଡ ଖେଳାଳି ଭୂତର ସାମ୍ନା କରିଥିଲେ। ଲର୍ଡସରେ ୯୫ ରନରେ ହାରିବା ପରେ ଇଂଲଣ୍ଡ କ୍ରିକେଟ ଟିମର ଖେଳାଳି ହୋଟେଲ ରୁମରେ ଭୂତ ଦେଖିଥିଲେ। ହାରିଥିବା ଟିମ୍ ପ୍ଲେୟରର୍ସ ରୁମରେ କୌଣସି ଛାଇ ଦେଖନ୍ତି ବୋଲି ପୂର୍ବରୁ ଅନେକ ଥର କହିଥିଲେ।