ମାଲକାନଗିରି: ତେଲେଙ୍ଗାନା ବେଙ୍କେଟପୁରମ୍ CRPF କ୍ୟାମ୍ପ୍ରେ ଗୁଳିକାଣ୍ଡ

ମାଲକାନଗିରି(କେନ୍ୟୁଜ୍): ମାଲକାନଗିରି ତେଲେଙ୍ଗାନା ବେଙ୍କେଟପୁରମ୍ CRPF କ୍ୟାମ୍ପ୍ରେ ଗୁଳିକାଣ୍ଡ । CRPF -39 ବାଟାଲିୟନ୍ର ASI ଓ ମେସ୍ ଇନ୍ଚାର୍ଜଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ମେସ୍ ଇନ୍ଚାର୍ଜଙ୍କ ଗୁଳିରେ ଘଟଣାସ୍ଥଳରେ ଟଳି ପଡ଼ିଲେ ASI । ମୃତ ASI ହେଲେ ଉମେଶ ଚନ୍ଦ୍ର।
ASIଙ୍କ ଗୁଳିରେ ମଧ୍ୟ ମେସ୍ ଇନ୍ଚାର୍ଜ ଗୁରୁତର ହୋଇପଡିଛନ୍ତି। ତାଙ୍କୁ ଏତୁରନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ସାମାନ୍ୟ ବଚସାରୁ ଫାୟାରିଂ ହୋଇଥିବା ସୂଚନା ମିଳିଛି।