BOI ରେ ନିଯୁକ୍ତି: ଖାଲିପଡିଛି ସିକ୍ୟୁରିଟି ଅଫିସର ପଦବୀ, ଦରମା ୭୦ ହଜାରରୁ ଅଧିକ

ଚାକିରି ଖୋଜୁଛନ୍ତି କି ? ତେବେ ତୁରନ୍ତ କରନ୍ତୁ ଆବେଦନ। ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଖାଲିପଡିଛି ଚାକିରି। ଏଠାରେ ସିକ୍ୟୁରିଟି ଅଫିସର ପୋଷ୍ଟ ପାଇଁ ଆବେଦନ ଗ୍ରହଣ କରାଯାଉଛି। ଆବେଦନକାରୀ ଅଧିକାରକ େଓ୍ଵବସାଇଟ୍ bankofindia.co.in କୁ ଯାଇ ଭର୍ତ୍ତି ପାଇଁ ଆବେଦନ କରିପାରିବେ।
ପଦବୀ ବିବରଣୀ : ୨୫
ସାଧାରଣ ବର୍ଗ: ୧୧
ଓବିସି: ୯
ଅନୁସୂଚିତ ଜାତି: ୨
ଅନୁସୂଚିତ ଜନଜାତି: ୨
EWS: ୧
ଜରୁରୀ ତାରିଖ: ଆବେଦନ କରିବାର ତାରିଖ ୨୪ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଶେଷ ୭ ଜାନୁଆରୀ ୨୦୨୨ରେ ହେବ।
ଶିକ୍ଷାଗତ ଯୋଗ୍ୟତା: ଏଥିରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ପାଖରେ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କୌଣସି ବିଷୟରେ ସ୍ନାତକ ଡିଗ୍ରୀ କରିଥିବା ଜରୁରୀ। ଏହା ସହିତ ଭାରତୀୟ ସେନା, ନୈସେନା, ବାୟୁସେନାରେ ଅତିକମ୍ରେ ୫ ବର୍ଷ ରହିଥିବା ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ।
ବୟସ ସୀମା: ପ୍ରାର୍ଥୀଙ୍କ ବୟସ ଅତିକମରେ ୨୫ରୁ ୪୦ ମଧ୍ୟରେ ହେବା ଜରୁରୀ।
କେମିତି କରିବେ ଚୟନ: ସିକ୍ୟୁରିଟି ଅଫିସର ପଦବୀରେ ଚୟନ ପାଇଁ କୌଣସି ପ୍ରକାର ଲିଖିତ ପରୀକ୍ଷା ଦେବାକୁ ପଡିବ ନାହିଁ। ଯୋଗ୍ୟ ଥିବା ସର୍ବନିମ୍ନ ଯୋଗ୍ୟତା ପୂରଣ କରିବା ପରେ ପର୍ସନାଲ ଇଣ୍ଟରଭ୍ୟୁ ଏବଂ ଗ୍ରୁପ ଆଲୋଚନା ପରେ ଚୟନ କରାଯିବ।
ଆବେଦନ ଶୁଳ୍କ: ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀଙ୍କ ପାଇଁ ୧୭୫ ଟଙ୍କା ଏବଂ ସାଧାରଣବର୍ଗ ଏବଂ ଅନ୍ୟାନ୍ୟ ଶ୍ରେଣୀ ପାଇଁ ୮୫୦ ଟଙ୍କା ଆବେଦନ ଶୁଳ୍କ ରହିଛି।
ଦରମା: ଚୟନ ହେବା ପ୍ରାର୍ଥୀଙ୍କୁ ମାସିକ ୪୮, ୧୭୦ ଟଙ୍କାରୁ ଆରମ୍ଭ କରି ୬୯,୮୧୯ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ। ଏହା ସହିତ ଅନ୍ୟାନ ଭତ୍ତା ମଧ୍ୟ ମିଳିବ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:
https://drive.google.com/file/d/1NPAjKJcceUNqNLMbiMIl16LWLm9_L8TJ/view