Below header

ଆଗୁଆ କରିନିଅନ୍ତୁ କାରବାର, ଏ ମାସରେ ୮ ଦିନ ବନ୍ଦ ରହିବ ବ୍ଯାଙ୍କ

ଆଜିଠାରୁ ସାମାନ୍ୟ କୋହଳ ହୋଇଛି ଲକଡାଉନ୍। ଏନେଇ ଆପଣ ନିଜ ବଳକା ରହିଯାଇଥିବା କାମ ସାରିବାକୁ ନିଶ୍ଚୟ ପ୍ରସ୍ତୁତ ହେଉଥିବେ । ଏହି ପରିସ୍ଥିତିରେ ଆପଣ ବ୍ୟାଙ୍କ ସହିତ ଜଡିତ କିଛି ଖାସ୍ ସୂଚନା ଜାଣିବା ଉଚିତ୍ । ଯାହା ଫଳରେ ଆପଣଙ୍କ ବ୍ୟାଙ୍କ ସମ୍ପର୍କିତ କୌଣସି କାର୍ଯ୍ୟ ପ୍ରଭାବିତ ହେବ ନାହିଁ।

bank-depositଚଳିତ ମାସରେ ଅନେକ ପର୍ବ ଆସୁଛି । ଏହି ଦିନମାନଙ୍କରେ ବ୍ୟାଙ୍କ ବନ୍ଦ ରହିପାରେ । ଏହା ବ୍ୟତୀତ ଚଳିତ ମାସରେ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଏବଂ ସବୁ ରବିବାର ବ୍ୟାଙ୍କ ବନ୍ଦ ରହିବ। ତେବେ ଆସନ୍ତୁ ଜାଣିବା ଚଳିତ ମାସରେ କେଉଁ କେଉଁ ଦିନ ବ୍ଯାଙ୍କ ବନ୍ଦ ରହିବ।

୭ ଜୁନ୍ – (ରବିବାର)

୧୩ ଜୁନ୍ – (ଦ୍ୱିତୀୟ ଶନିବାର)

୧୪ ଜୁନ୍ – (ରବିବାର)

banks-୨୧ ଜୁନ୍ – (ରବିବାର)

୨୭ ଜୁନ୍ – (ଚତୁର୍ଥ ଶନିବାର)

୨୮ ଜୁନ୍ – (ରବିବାର)

ଏଥିସହ ୧୫ ଜୁନ୍ ରଜ ସଂକ୍ରାନ୍ତି ଓ ୨୩ ଜୁନ୍ ଶ୍ରୀଗୁଣ୍ଡିଚା ପାଇଁ ଛୁଟି ରହିବ ବ୍ୟାଙ୍କ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.