Below header

କ୍ବାରେଣ୍ଟାଇନ ଅନ୍ତେବାସୀଙ୍କୁ ଭାବ ବିହ୍ବଳ ବିଦାୟ ପରେ ସରପଞ୍ଚଙ୍କୁ ମିଳୁଛି ବିପୁଳ ପ୍ରଶଂସା, ନବୀନ ନିବାସରୁ ଆସିଲା ଡାକରା

କେନ୍ୟୁଜ୍ (ବ୍ୟୁରୋ): କରୋନା ଲଢେଇରେ ନିଆରା  ପରିଚୟ ସୃଷ୍ଟି କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ପଦ୍ମାଳୟା ଧଳ। ଗୋବିନ୍ଦପୁର ଗୋଦାବରୀଶ ବିଦ୍ୟାପୀଠର ୩୯ ଅନ୍ତେବାସୀଙ୍କ ଭାବ ବିହ୍ବଳିତ ଘର ବାହୁଡାର ଖବର କେନ୍ୟୁଜରେ ପ୍ରସାରିତ ହେବା  ପରେ  ପ୍ରଶଂସା ଅଜାଡି ହୋଇପଡିଛି ସରପଞ୍ଚ ପଦ୍ମାଳୟା ଧଳଙ୍କ ଉପରେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ସରପଞ୍ଚଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

sarpanch family

କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ପଦ୍ମାଳୟାଙ୍କ ସହିତ କଥା ହୋଇ କରୋନା ମୁକାବିଲାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମନଖୋଲା ପ୍ରଶଂସା କରିବା ସହିତ ଫାଇଭ ଟି ସଚିବ ଭିକେ ପାଣ୍ଡିୟାନ କଥା ହେବେ ବୋଲି କହିଥିଲେ।ଏହାପରେ ଭିକେ ପାଣ୍ଡିୟାନ ସରପଞ୍ଚ ପଦ୍ମାଳୟାଙ୍କ ସହିତ ୧୫ ମିନିଟ ଧରି ବାର୍ତ୍ତାଳାପରେ ସରପଞ୍ଚଙ୍କ ଦାୟିତ୍ୱ ଠିକ୍ ଭାବରେ ସମ୍ପାଦନ କରିଥିବାରୁ ତାଙ୍କୁ ପ୍ରଶଂସା କରିଥିଲେ। ନବୀନ ନିବାସ ଯିବା ନିମନ୍ତେ ପ୍ରସ୍ତାବ ଦେଇଥିଲେ ଭିକେ ପାଣ୍ଡିୟାନ।ସମୟ ମିଳିଲେ କେବେ ଗୋବିନ୍ଦପୁର ପଞ୍ଚାୟତ ଗସ୍ତ କରିବେ ବୋଲି ଶ୍ରୀ ପାଣ୍ଡିୟାନ କହିଥିଲେ ବୋଲି ପଦ୍ମାଳୟା ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.