ଡିସେମ୍ବରରେ ୧୮ ଦିନ ବ୍ୟାଙ୍କ ବନ୍ଦ, ରାଜ୍ୟ ହିସାବରେ ଛୁଟି ରହିବ ବ୍ୟାଙ୍କ

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କିଛି ବିଶେଷ କାମ ରହିଛି, ତେବେ ତୁରନ୍ତ କାମ ସାରି ଦିଅନ୍ତୁ । ଡିସେମ୍ବରରେ ଶନିବାର ଓ ରବିବାର ବ୍ୟତୀତ ଅଲଗା ଅଲଗା ରାଜ୍ୟରେ ୧୮ ଦିନ ବ୍ୟାଙ୍କ ବନ୍ଦ ରହିବ ।

ବର୍ଷର ଶେଷ ମାସ ଡିସେମ୍ବର ଆରମ୍ଭ ହୋଇଯାଇଛି । ପ୍ରତି ମାସ ଭଳି ଚଳିତ ମାସରେ ମଧ୍ୟ ବ୍ୟାଙ୍କ କିଛିଦିନ ବନ୍ଦ ରହିବ । ଯଦି ଆପଣଙ୍କର ବ୍ୟାଙ୍କରେ କିଛି ଜରୁରୀ କାମ ରହିଛି, ତେବେ ପୂର୍ବରୁ ଛୁଟି ତାଲିକା ଜାଣିବା ଜରୁରୀ । ଆପଣଙ୍କୁ କୌଣସି ପ୍ରକାରର ସମସ୍ୟା ସାମ୍ନା ନ କରିବାକୁ ପଡେ, ତାହା ଆଗରୁ ଜାଣିନିଅନ୍ତୁ ଛୁଟି ଦିନ ।

ଡିସେମ୍ବରରେ ଶନିବାର ଓ ରବିବାର ବ୍ୟତୀତ ଅଲଗା ଅଲଗା ରାଜ୍ୟରେ ୧୮ ଦିନ ବ୍ୟାଙ୍କ ବନ୍ଦ ରହିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି ହୋଇଥିବା ଛୁଟି ଲିଷ୍ଟ ଅନୁସାରେ କେଉଁ କେଉଁ ଦିନ ବ୍ୟାଙ୍କ ଛୁଟି ଜାଣନ୍ତୁ ।

କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ ?

୩ ଡିସେମ୍ବର : ରବିବାର
୪ ଡିସେମ୍ବର : ଫିଷ୍ଟ ଅଫ ସେଣ୍ଟ ଫ୍ରୋସିସ ଜାଭିଅର ଯୋଗୁଁ ଗୋଆରେ ବ୍ୟାଙ୍କ ବନ୍ଦ ।
୯ ଡିସେମ୍ବର : ଦ୍ୱିତୀୟ ଶନିବାର
୧୦ ଡିସେମ୍ବର : ରବିବାର
୧୨ ଡିସେମ୍ବର : ଶିଲଂରେ ବ୍ୟାଙ୍କ ବନ୍ଦ ।
୧୩/୧୪ ଡିସେମ୍ବର : ଗ୍ୟାଙ୍ଗଟକ୍‌ ବ୍ୟାଙ୍କ ବନ୍ଦ ।
୧୭ ଡିସେମ୍ବର : ରବିବାର
୧୮ ଡିସେମ୍ବର : ଶିଲଂରେ ବ୍ୟାଙ୍କ ବନ୍ଦ
୧୯ ଡିସେମ୍ବର : ପାଣାଜୀରେ ବ୍ୟାଙ୍କ ବନ୍ଦ ।
୨୩ ଡିସେମ୍ବର : ଚତୁର୍ଥ ଶନିବାର
୨୪ ଡିସେମ୍ବର : ରବିବାର
୨୫ ଡିସେମ୍ବର : କ୍ରିସମାସ
୨୬ ଡିସେମ୍ବର : କ୍ରିସମାସ ଯୋଗୁଁ ଆଇଜଲ, କୋହିମା, ଶିଲଂରେ ବ୍ୟାଙ୍କ ବନ୍ଦ ।
୨୭ ଡିସେମ୍ବର : କୋହିମାରେ ବ୍ୟାଙ୍କ ବନ୍ଦ
୩୦ ଡିସେମ୍ବର : ଶିଲଂରେ ବ୍ୟାଙ୍କ ବନ୍ଦ
୩୧ ଡିସେମ୍ବର : ରବିବାର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.