ଜୁନ ମାସରେ ୯ ଦିନ ବନ୍ଦ ରହିବ ବ୍ଯାଙ୍କ, ଏଠାରେ ଦେଖନ୍ତୁ ଛୁଟି ଲିଷ୍ଟ

କରୋନା ମହାମାରୀ ଯୋଗୁଁ ଦେଶରେ ଅଧିକାଶଂ ବ୍ଯାଙ୍କ ନିଜର ଅଫଲାଇନ ସେବାକୁ ଅନଲାଇନ କରିଦେଇଛନ୍ତି। ପ୍ରଶାସନ ଦ୍ବାରା ଲୋକଙ୍କୁ ଅପିଲ କରାଯାଉଛି କି, ଅତି ଜରୁରୀ କାମ ଥିଲେ ବ୍ଯାଙ୍କ ଯିବାକୁ ଅନୁରୋଧ କରାଯାଇଛି। କିନ୍ତୁ ଅନେକ ଥର କିଛି ଜରୁରୀ କାମ ଯୋଗୁଁ ବ୍ଯାଙ୍କ ଯିବାକୁ ପଡିଥାଏ। ଯଦି ଆପଣଙ୍କର କିଛି ଜରୁରୀ ବ୍ଯାଙ୍କ କାମ ରହିଛି, ତେବେ ଆପଣ ବ୍ଯାଙ୍କର ଛୁଟି ବିଷୟରେ ଜାଣିରଖନ୍ତୁ।

ଜାଣନ୍ତୁ କେବେ ବନ୍ଦ ରହିବ ବ୍ଯାଙ୍କ:

ଆରବିଆଇ ଦ୍ବାରା ଜାରି ହୋଇଥିବା ଛୁଟି ଲିଷ୍ଟ ମୁତାବକ, ଜୁନରେ ୯ ଦିନ ବନ୍ଦ ରହିବ ବ୍ଯାଙ୍କ। ଯଦି ଆପଣ ବ୍ଯାଙ୍କ ଯିବାକୁ ପ୍ଲାନ କରୁଛନ୍ତି, ତେବେ ହଇରାଣର ସାମ୍ନା ଯେପରି ନ ହୁଅନ୍ତୁ, ତା’ ଉପରେ ଧ୍ୟାନ ରଖନ୍ତୁ।

ଜୁନ ୬ ତାରିଖ ରବିବାର ପଡୁଥିବା ବେଳେ ୧୨ ଜୁନ ଦ୍ବିତୀୟ ଶନିବାର ଏବଂ ୧୩ ଜୁନ୍ ରବିବାର ପଡୁଛି। ସେହିପରି ୧୫ ଜୁନ ମିଥୁନ ସଂକ୍ରାନ୍ତି ଓ ରବ ପର୍ବ ପଡୁଥିବା ବେଳେ ଭୁବନେଶ୍ବରର ସମସ୍ତ ବ୍ଯାଙ୍କ ବନ୍ଦ ରହିବ। ଜୁନ ୨୦ ରବିବାର ପଡୁଥିବା ବେଳେ ୨୫ ଜୁନରେ ଗୁରୁ ହରଗୋବିନ୍ଦ ଜୟନ୍ତୀ, ୨୬ ଜୁନରେ ଚତୁର୍ଥ ଶନିବାର ଏବଂ ୨୭ ଜୁନ ରବିବାର ପଡୁଛି। ୩୦ ଜୁନରେ ମଧ୍ୟବ୍ଯାଙ୍କ ବନ୍ଦ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.