ରଜ ସମୟରେ ରାଜ୍ୟରେ ବର୍ଷା ଆରମ୍ଭ ହେବାର ପୂର୍ବାନୁମାନ, ଆଜି ଦିନ ୧୨ଟାରେ ଆଇଏମ୍‌ଡି ପକ୍ଷରୁ ପ୍ରେସ୍‌ବାର୍ତ୍ତା

ଭୁବନେଶ୍ବର: ଦୁଇ ଦିନ ବିଳମ୍ବରେ କେରଳ ଛୁଇଁବ ମୌସୁମୀ । ଜୁନ ୩ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁପାରେ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ପୂର୍ବରୁ ମେ ୩୧ ତାରିଖରେ ମୌସୁମୀ କେରଳ ଛୁଇଁବା ନେଇ ପୂର୍ବାନୁମାନ ହୋଇଥିଲା ।

ଏବେ ଧୀରେ ଧୀରେ ଦକ୍ଷିଣ-ପଶ୍ଚିମ ବାୟୁ ପ୍ରବାହ ଆରମ୍ଭ ହୋଇଥିବାରୁ ଜୁନ୍‌ ୩ ତାରିଖରେ ମୌସୁମୀ କେରଳ ଛୁଇଁବା ନେଇ ଆଇଏମଡି ସ୍ପଷ୍ଟ କରିଛି । ଏହାର ୧୦ରୁ ୧୨ଦିନ ମଧ୍ୟରେ ଅର୍ଥାତ ରଜ ସମୟରେ ରାଜ୍ୟରେ ବର୍ଷା ଆରମ୍ଭ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏନେଇ ଆଜି ଦିନ ୧୨ଟାରେ ଆଇଏମ୍‌ଡି ପକ୍ଷରୁ ପ୍ରେସ୍‌ବାର୍ତ୍ତା ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.