ଏଟିଏମରୁ ଟଙ୍କା ଉଠାଉଥିବା ବେଳେ କରନ୍ତୁ ନାହିଁ ଏହି ଭୁଲ , ନଚେତ୍ ଭୋଗିପାରନ୍ତି ଅସୁବିଧା

ଡ଼ିଜିଟାଲ ଇଣ୍ଡିଆ ପରେ ଡ଼େବିଟ୍ ଏବଂ କ୍ରେଡ଼ିଟ୍ କାର୍ଡ଼ର ଚାହିଦା ବଢ଼ିବାରେ ଲାଗିଛି। ଏନେଇ ଲୋକ ଆଗ ଅପେକ୍ଷା ଅଧିକ ଏଟିଏମ୍ କାର୍ଡ଼ର ବ୍ୟବହାର କରୁଛନ୍ତି। ତେବେ ଆଜି ଅମେ ଖାସ ଏଟିଏମ୍ କାର୍ଡ଼ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ପାଇଁ ଏକ ଖାସ ଖବର ଆଣିଛୁ। ଯାହା ଦ୍ବାରା ଏଟିଏମରୁ ଟଙ୍କା ଉଠାଉଥିବା ସମୟରେ କୌଣସି ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିବ ନାହିଁ ।

କେବେ ମଧ୍ୟ ଭୁଲରେ ଏଟିଏମ ଟ୍ରାଜାକସନ୍ ସମୟରେ ଅଚିହ୍ନା ବ୍ୟକ୍ତିଙ୍କ ସାହାଯ୍ୟ ନିଅନ୍ତୁ ନାହିଁ। ଏଥିସହ ନିଜର ସଂପର୍କୀୟ ବା ସାଙ୍ଗଙ୍କ ସହ ମଧ୍ୟ ଏଟିଏମ ସମ୍ବନ୍ଧୀୟ ଡ଼ିଟେଲ ଶେୟାର କରନ୍ତୁ ନାହିଁ। ସବୁଠାରୁ ଖାସ କଥା କେବେ ମଧ୍ୟ ଏଟିଏମ କାର୍ଡ଼ ବା ଏହାର କର୍ଭରରେ ଏଟିଏମ୍ ପିନ୍ ଲେଖନ୍ତୁ ନାହିଁ।

ଅନେକ ସମୟରେ ବ୍ୟାଙ୍କର ସରଭର ଡ଼ାଉନ୍ ଥିଲେ ଟଙ୍କା ଉଠାଇବାକୁ କିଛି ସମୟ ବିଳମ୍ବ ହୋଇଥାଏ। ଏହି ସମୟରେ ହଠାତ୍ ଏଟିଏମରୁ ବାହାରୁକୁ ପଳାନ୍ତୁ ନାହିଁ। ପ୍ରଥମେ ଦେଖନ୍ତୁ ଆପଣଙ୍କ ଟ୍ରାନଜାକସନ୍ ରଦ୍ଧ ହେଲା ପରେ ହିଁ ଏଟିଏମ୍ ରୁମରୁ ବାହାରକୁ ଆସନ୍ତୁ। ଏହା ଛଡ଼ା ଯଦି ଟଙ୍କା ଏଟିଏମରୁ ନବାହାରି ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟୁଛି ତେବେ ତୁରନ୍ତ ଏହା ବିଷୟରେ ନିଜ ବ୍ୟଙ୍କକୁ ଅବଗତ କରାନ୍ତୁ।