Below header

ଆସିଲା ଶସ୍ତାରେ ବେଷ୍ଟ ମାଇଲେଜ ଗାଡି, ୧ ଲିଟର ପେଟ୍ରୋଲରେ ଯିବ ୨୨ କି.ମି.

ଗାଡି କିଣିବା ସମସ୍ତଙ୍କ ପସନ୍ଦ। ଭାରତରେ ଯେବେ ଲୋକ ଗାଡି କିଣିବା ପାଇଁ ପ୍ଲାନ କରିଥାନ୍ତି ତା’ ପୂର୍ବରୁ ଅନେକ କିଛି ଭାବିଥାନ୍ତି। ଏଇ ଯେମିତି ମାଇଲେଜ ଓ ତା’ ସହ ଦାମ୍‌। କିଛି ଅଛନ୍ତି ଯେଉଁମାନେ ପ୍ରଥମେ ମାଇଲେଜକୁ ଦେଖି ଗାଡି କିଣିଥାନ୍ତି ତ ଆଉ କିଛି ନିଜ ବଜେଟ ଅନୁସାରେ ଗାଡି କିଣିବା ପାଇଁ ଭାବିଥାନ୍ତି। ବଜେଟକୁ ଦେଖି ଭଲ ମାଇଲେଜର ଗାଡି କିଣିବା ସମସ୍ତଙ୍କ ଇଚ୍ଛା। ଏହାକୁ ଧ୍ୟାନରେ ରଖି ଆମେ ଆପଣଙ୍କ ନିକଟକୁ ନେଇ ଆସିଛୁ ଏମିତି କିଛି ଗାଡିର ଲିଷ୍ଟ ଯାହାକୁ ଆପଣ ବଜେଟ ଭିତରେ କିଣିବା ସହ ମହଙ୍ଗା ସମୟରେ ପେଟ୍ରୋଲ ବ୍ୟବହାରକୁ ମଧ୍ୟ ଧ୍ୟାନରେ ରଖିବ।

Tata Tiago:

ଏହି କାରର ଦାମ ୪.୮୫ ଲକ୍ଷରୁ ଆରମ୍ଭ ହୋଇ ୬.୮୪ ଲକ୍ଷ ପର୍ଯ୍ୟନ୍ତ ରହିଛି। ଏହି କାର ନୋ ଭାରିଏଣ୍ଟ XE, XT, XTA, XZA, XZ+, XZ+DT, XZA+ XZA + DTରେ ଉପଲବ୍ଧ । ଏହି କାରରେ ୧.୨ ଲିଟର ପେଟ୍ରୋଲ ଇଞ୍ଜିନ ରହିଛି। କମ୍ପାନୀ Tata Tiagoର ମାଇଲେଜ 20KMPL ରଖିଛି।

Renault Kwid:

ଦ୍ୱିତୀୟରେ ରେନୋର ଲୋକପ୍ରିୟ କାର Kwid ରହିଛି। ଏହାର ଦାମ ୩.୧୨ ଲକ୍ଷରୁ ଆରମ୍ଭ ହୋଇ ୫.୩୧ ଲକ୍ଷ ପର୍ଯ୍ୟନ୍ତ ରହିଛି। ଏହି କାରର ୫ଟି ଭାରିଏଣ୍ଟସ STD, RXE, RXL, RXT ଓ Climber ସାମ୍ନାକୁ ଆସିଛି। ଏଥିରେ ୨ଟି ପେଟ୍ରୋଲ ଇଞ୍ଜିନ ରହିଛି। ବିକଳ୍ପରେ 0.8 ଲିଟର ଓ 1.0 ଲିଟରର ଇଞ୍ଜିନ ରହିବା ସହ କମ୍ପାନୀର ସୂଚନା ମୁତାବକ Renault Kwid ୨୧ରୁ ୨୨ କି.ମି ପ୍ରତି ଲିଟରର ମାଇଲେଜ ଦେବ।

Maruti Alto:

ଏହାର ଦାମ ୨.୯୯ ଲକ୍ଷରୁ ଆରମ୍ଭ ହୋଇ ୪.୪୮ ଲକ୍ଷ ପର୍ଯ୍ୟନ୍ତ ରହିଛି। ଏହି କାରରେ ୩ ଭାରିଏଣ୍ଟସ୍‌ std, L ଓ vରେ ଉପଲବ୍ଧ। L ଭାରିଏଣ୍ଟ CNG କିଟ ସହ ସାମ୍ନାକୁ ଆସିଛି। Maruti Altoରେ 0.8 ଲିଟର 3ଟି ସିିଲିଣ୍ଡର ପେଟ୍ରୋଲ ଇଞ୍ଜିନ ଦିଆଯାଇଛି। ଯାହା 48ps ପାଓ୍ଵରରେ 69Nm ଟ୍ରାକ୍‌ ଜେନେରେଟ କରିବ। ଏହା 22.05kmplର ମାଇଲେଜ ଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.