Below header

କାଟିବା ପରେ ତୁରନ୍ତ କଳା ପଡ଼ିଯାଉଛି କି ପରିବା? ତ ଏହି ସହଜ ଟିପ୍ସ ଆପଣାଇଲେ ଅନେକ ଘଣ୍ଟା ଧରି ରହିପାରିବ ସତେଜ

କଦଳୀ, ଆଳୁ, ବାଇଗଣ ଭଳି କିଛି ଫଳ ଏବଂ ପରିବାକୁ ଯଦି ଆପଣ କାଟି କିଛି ସମୟ ପାଇଁ ଛାଡ଼ି ଦେବେ, ତା’ହେଲେ ଏହା କଳା ପଡ଼ିଯିବ। ଏପରି କି, ଏଗୁଡ଼ିକର ସ୍ୱାଦ ବି ବହୁତ ଖରାପ ଲାଗିବ। ତେବେ ଅନେକ ଲୋକଙ୍କୁ ଜଣା ନ ଥାଏ କି, ଏହି ସବୁ ଜିନିଷକୁ କଳା ହେବାରୁ କିପରି ବଞ୍ଚାଇ ପାରିବେ। ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ କହିବୁ, ଯାହାକୁ ଆପଣାଇଲେ ଫଳ ଏବଂ ପରିବାର କଳାପଣକୁ ଦୂରେଇ ପାରିବେ।

ଲେମ୍ବୁ ରସ: କୌଣସି ବି ପରିବାକୁ କଳା ହେବାରୁ ବଞ୍ଚାଇବା ପାଇଁ ଲେମ୍ବୁ ରସ ସବୁଠାରୁ ଭଲ ଉପାୟ। ଏଥିପାଇଁ ପରିବା କାଟିବା ପରେ ଏହାକୁ ପାଣି ଏବଂ ଲେମ୍ବୁ ଘୋଳ ମିଶା ପାତ୍ରରେ ରଖନ୍ତୁ। ଏହାଦ୍ୱାରା ପରିବା କଳା ପଡ଼ିବ ନାହିଁ।

ଭିନେଗାର: ଭିନେଗାର ସାହାଯ୍ୟରେ ଆପଣ ପରିବାର କଳାପଣକୁ ରୋକି ପାରିବେ। ଏଥିପାଇଁ ଆପଣ ଏକ ପାତ୍ରରେ ପାଣି ଏବଂ ଭିନେଗାରକୁ ମିଶାଇ ମିକ୍ସ କରି ନିଅନ୍ତୁ। ଯେତେବେଳେ ଆପଣ କଦଳୀ ଏବଂ ବାଇଗଣ କାଟିବେ, ତ ସେଗୁଡ଼ିକୁ ଏହି ପାଣିରେ ପକାଇ ଦେବେ। ଏମିତି କରିବା ଦ୍ୱାରା ଆପଣ ନିଜେ ହିଁ ଏହାର ପ୍ରଭାବ ଅନୁଭବ କରିପାରିବେ।

ମିଠା ସୋଡା ବା ବେକିଂ ସୋଡା: ବେକିଂ ସୋଡା ଅନେକ ଜିନିଷରେ ବ୍ୟବହାର କରାଯାଇଥାଏ। ପରିବାର କଳାପଣ ଦୂର କରିବା ପାଇଁ ବେକିଂ ସୋଡା ବହୁତ ଲାଭଦାୟକ ହୋଇଥାଏ। ପାଣିରେ ଏକ ଚାମଚ ବେକିଂ ସୋଡା ମିଶାଇ କଟା ପରିବାଗୁଡ଼ିକୁ ସେଥିରେ ପକାଇ ରଖନ୍ତୁ। ଏହାଦ୍ୱାରା ପରିବାର ତାଜାପଣ ବଜାୟ ରହିବ ଏବଂ କଳା ପଡ଼ିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.