ଖୁବ ଶୀଘ୍ର ବନ୍ଦ ହୋଇପାରେ ଦେଶର ବଡ ଟେଲିକମ କମ୍ପାନୀ, ୭୦ କୋଟି ଗ୍ରାହକଙ୍କ ଉପରେ ପଡିବ ପ୍ରଭାବ

ଦେଶର ବଡ ଟେଲିକମ କମ୍ପାନୀ ଗୁଡିକ ଭୋଡ଼ାଫୋନ, ଆଇଡ଼ିଆ ଓ ଭାରତୀ ଏୟାରଟେଲ ଭଳି କମ୍ପାନୀ ବହୁ ଶୀଘ୍ର ବନ୍ଦ ହୋଇ ଯାଇପାରେ । ଏଥିଯୋଗୁଁ ଏହି କମ୍ପାନୀ ଗୁଡିକର କୋଟି କୋଟି ଗ୍ରାହକ ମାନଙ୍କୁ ବହୁ ହଇରାଣ ହେବାକୁ ପଡିପାରେ । ଉଚ୍ଚତମ ନ୍ୟାୟାଳୟ ବା ସୁପ୍ରିମ କୋର୍ଟ, ଏଜିଆର (ଅଦ୍ଯଷ୍ଟେଡ଼ ଗ୍ରୋସ ରେବିନୁ ଡିପାର୍ଟମେଣ୍ଟ)କୁ ଆଦେଶ ଦେବା ପରେ ଏହି କମ୍ପାନୀ ଗୁଡିକୁ ବହୁ କ୍ଷତିର ସାମ୍ନା କରିବାକୁ ପଡିଥିଲା । ଏହା ଦ୍ୱାରା କମ୍ପାନୀ ଗୁଡିକ ପ୍ରାୟ ୭୪,୦୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିଲା । ଟେଲିକମ ଅଥରିଟି ଅଫ ଇଣ୍ଡିଆ ବା ଟ୍ରାଇ ଦ୍ୱାରା ଗତ ଅକ୍ଟୋବର ୧୯ ତାରିଖରେ ଜାରି କରାଯାଇଥିବା ଡାଟା ଅନୁସାରେ ଭୋଡ଼ାଫୋନ – ଆଇଡ଼ିଆ ପାଖରେ ୩୭.୫ କୋଟି ଗ୍ରାହକ ଥିବା ବେଳେ ଏୟାରଟେଲ ପାଖରେ ଏଯାବତ ୩୨.୭୯ କୋଟି ଗ୍ରାହକ ଅଛନ୍ତି ।

sim image

ଯେବେକି ରିଲାଏନ୍ସ ଜିଓ ନିଜର ୩୪.୮ କୋଟି ଗ୍ରାହକ ସଂଗ୍ରହ କରିପାରିଛି । ଏହି ହିସାବରେ ଦେଖିବାକୁ ଗଲେ ଭୋଡ଼ାଫୋନ ଓ ଏୟାରଟେଲ ପାଖରେ ସଂୟୁକ୍ତ ଭାବେ ପାଖାପାଖି ୭୦ କୋଟି ଗ୍ରାହକ ଅଛନ୍ତି । ଏହା ବାଦ ପ୍ରାଇଭେଟ ଟେଲିକମ କମ୍ପାନୀ ମାନଙ୍କ ପାଖରେ ୮୯.୭୮ ପ୍ରତିଶତ ସେୟାର ଥିବା ବେଳେ ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ଓ ଏମଟିଏନଏଲ ପାଖରେ ୧୦.୨୨ ପ୍ରତିଶତ ସେୟାର ଅଛି । ଆହୁରି ମଧ୍ୟ ଏହି ସପ୍ତାହ ଆଦିତ୍ୟ ବିର୍ଲା ଗ୍ରୁପ ତରଫରୁ କୁହାଯାଇଛି କି ଯଦି ଏଜିଆର ଯଦି ଆଗକୁ ୩୯,୦୦୦ କୋଟି ପର୍ଯ୍ୟନ୍ତର ରିହାତି ନ ଦିଅନ୍ତି ତେବେ ଏହି କମ୍ପାନୀ ଗୁଡିକ ଟେଲିକମ କ୍ଷେତ୍ରରେ କୌଣସି ପୁଞ୍ଜିନିବେଶ କରିବ ନାହିଁ । ଏବେ କମ୍ପାନୀର ଚାଲିବା ସଂପୁର୍ଣ ରୂପେ ସରକାରୀ ସହାୟତା ଉପରେ ହିଁ ନିର୍ଭର କରୁଛି । ଆହୁରି ମଧ୍ୟ ଏକ ସୂଚନା ଅନୁଯାୟୀ ଭୋଡ଼ାଫୋନ- ଆଇଡ଼ିଆ କମ୍ପାନୀ ୫୦, ୯୨୨ କୋଟି ଟଙ୍କାର କ୍ଷତି ସହି ସାରିଲାଣି ।

ଏହା ସହ ପଢନ୍ତୁ; ଦରମାରେ GST ଲାଗୁ ହେବାର ଗୁଜବ ଖବର ଉପରେ ପ୍ରତିକ୍ରିୟା ରଖିଲା CBIC

ଯେବେକି ପୂର୍ବ ବର୍ଷ ଏହି କମ୍ପାନୀକୁ ୪,୯୪୭ କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିଲା । ଯେବେକି ଭାରତୀ ଏୟାରଟେଲକୁ ଏହି ବର୍ଷ ପ୍ରଥମ ଭାଗରେ ୨୩,୦୪୫ କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିଲା । ଯେବେକି ପୂର୍ବ ବର୍ଷ କମ୍ପାନୀକୁ ପ୍ରାୟ ୧୧୯ କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିଲା । ଆହୁରି ମଧ୍ୟ କମ୍ପାନୀ ତରଫରୁ କୁହାଯାଇଛିକି ଉଚ୍ଚତମ ନ୍ୟାୟାଳୟର ଏହି ଫୈସଲା କମ୍ପାନୀ ଉପରେ ଏକ ବଡ ପ୍ରଭାବ ପକାଇଛି । ଏହା ଦ୍ୱାରା କମ୍ପାନୀ ଗୁଡିକର ରାଜସ୍ବ ପ୍ରାୟ ୫ ପ୍ରତିଶତ ବଢିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.