ଡିଜିଟାଲ ପେମେଣ୍ଟ କରୁଥିବା ଲୋକଙ୍କୁ ୧ କୋଟି ଟଙ୍କାର ଉପହାର ଦେବେ ସରକାର, ହେଲା ବଡ଼ ଘୋଷଣା

ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଲୋକଙ୍କ ଆଗ୍ରହ ବଢ଼ାଇବା ପାଇଁ କେନ୍ଦ୍ର ସରକାର ଓ ଜିଏସ୍‌ଟି କାଉନ୍‌ସିଲ୍‌ ମିଶି ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ଏବେ ଜିଡିଟାଲ ପେମେଣ୍ଟ କରୁଥିବା ଗ୍ରାହକଙ୍କୁ ଉତ୍ସାହିତ କରିବା ପାଇଁ ଲକି ଡ୍ର ବାହାର କରିବାକୁ ଘୋଷଣା କରାଯାଇଛି। ଜିଏସ୍‌ଟି କାଉନ୍‌ସିଲ୍‌ର ଚେୟାରମ୍ୟାନ୍‌ ଓ ବିହାରର ଡେପୁଟି ସିଏମ୍‌ ସୁଶୀଲ କୁମାର ମୋଦି ଏହି ଘୋଷଣା କରିଛନ୍ତି। ଏହି ସ୍କିମ୍‌ରେ ଗ୍ରାହକଙ୍କୁ ୫ ହଜାରରୁ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଦିଆଯିବ।

sushil-modi

ସୁଶୀଲ ମୋଦି କହିଛନ୍ତି ଯେ ଜିଏସ୍‌ଟି କାଉନ୍‌ସିଲର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ଯେ ବିଲ୍‌ରୁ ଆରମ୍ଭ କରି ରୁପି କାର୍ଡ ଓ ୟୁପିଆଇରେ ଡିଜିଟାଲ ପେମେଣ୍ଟ କରି କିଣାକିଣି କରୁଥିବା ଗ୍ରାହକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଲକି ଡ୍ର ମାଧ୍ୟମରେ ୫ ହଜାରରୁ ଆରମ୍ଭ କରି ଏକ କୋଟି ପର୍ଯ୍ୟନ୍ତ ଉପହାର ଦିଆଯିବ। ଏଥିରେ ୧୦୦ରୁ ଆରମ୍ଭ କରି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ କିଣାକିଣିକୁ ସାମିଲ କରାଯିବ। ପ୍ରତିମାସରେ ଲକି ଡ୍ର’ ଉଠାଣ ହେବ।

MobilePayments

ବିହାରର ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ଲକି ଡ୍ର’ରେ ଏକ କୋଟି ଟଙ୍କାର ବମ୍ପର ପ୍ରାଇଜ୍‌, ୧୦୦ ଗ୍ରାହକଙ୍କୁ ୧-୧ ଲକ୍ଷ ଓ ୫ ହଜାର ଜଣଙ୍କୁ ୫-୫ ହଜାର ଟଙ୍କାରେ ପୁରସ୍କାର ଦିଆଯିବ। ପୁରସ୍କାର ରାଶି ଗ୍ରାହକ ଓ ଦୋକାନୀଙ୍କ ମଧ୍ୟରେ ୩:୧ ଅନୁପାତରେ ବଣ୍ଟାଯିବ। ଗ୍ରାହକଙ୍କୁ ଏସ୍‌ଏମ୍‌ଏସ୍‌ ଓ ଇ-ମେଲ ମାଧ୍ୟମରେ ପୁରସ୍କାରର ସୂଚନା ଦିଆଯିବ। ଏହା ଉପରେ ବାର୍ଷିକ ୫୪ କୋଟି ଟଙ୍କା ଖର୍ଚ୍ଚ କରାଯିବ, ଯାହାକୁ କେନ୍ଦ୍ର ଓ ରାଜ୍ୟ ସରକାର ଅଧା ଅଧା ବାଣ୍ଟି ନେବେ।

digitaltrans

ସାଧାରଣତଃ ରିଟେଲ ପେମେଣ୍ଟରେ ଗ୍ରାହକ ଟ୍ୟାକ୍ସ ଦେବାରୁ ବଞ୍ଚିବା ପାଇଁ ଦୋକାନୀକୁ ବିଲ୍‌ ମାଗିନଥାନ୍ତି। ଅନ୍ୟପଟେ ଦୋକୀନ ମଧ୍ୟ ଗ୍ରାହକଙ୍କୁ ବୁଝାଇଥାନ୍ତି ଯେ ବିଲ୍‌ ନେଲେ ଆପଣକୁ ଟ୍ୟାକ୍ସ ଦେବାକୁ ପଡ଼ିବ। ଏଣୁ ଟ୍ୟାକ୍ସ ଚୋରିକୁ ରୋକିବା ପାଇଁ ଡିଜିଟାଲ ପେମେଣ୍ଟ କରିବା ପାଇଁ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଲକି ଡ୍ର’ ଯୋଜନା ଆରମ୍ଭ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.