ନୂଆ ଲୁକ ଏବଂ ଆକର୍ଷଣୀୟ ମଡେଲ ସହିତ ଅଧିକ ମାଇଲେଜ ଦେଉଥିବା Hero Splendor ଶୀଘ୍ର ହେବାକୁ ଯାଉଛି ଲଞ୍ଚ

ନାମିଦାମି କମ୍ପାନୀ ହିରୋ ନିଜର ଲୋକପ୍ରିୟ ବାଇକ Splendorର ନୂଆ ଅବତାରକୁ ଶୀଘ୍ର ଭାରତରେ ଲଞ୍ଚ କରିବାକୁ ଯାଉଛି। ଏହି ନୂଆ ବାଇକରେ କମ୍ପାନୀ ଏଥର କିଛି ଖାସ୍ ଫିଚର୍ସକୁ ସାମିଲ କରିବାକୁ ଯାଉଛି। ଏହାସହିତ ଏଥିରେ ମାଇଲେଜ୍ ବଢ଼ାଇବା ପାଇଁ ଖାସ୍ ଫିଚର୍ସକୁ ମଧ୍ୟ ସାମିଲ କରାଯିବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ହିରୋ ମୋଟରକର୍ପ ଚଳିତ ବର୍ଷ ଜୁନରେ BS6 Splendor iSmartରୁ ପରଦା ଉଠାଇଥିଲା କିନ୍ତୁ ସ୍ପଷ୍ଟ ଭାବେ କୌଣସି ସୂଚନା ଦେଇନଥିଲା। କିନ୍ତୁ ଏବେ ଲଞ୍ଚ ପୂର୍ବରୁ ହିଁ ଏହି ବାଇକର ଡକ୍ୟୁମେଣ୍ଟ ଅନଲାଇନ ଲିକ୍ ହୋଇଯାଇଛି। ଯେଉଁଥିରେ ଏହି ବାଇକକୁ ନେଇ ବହୁତ କିଛି ଜାଣିବାକୁ ମିଳିଛି।

mailegଏହି ବାଇକର ଲଞ୍ଚିଂର ତାରିଖ ଏବେ ବି ସାମ୍ନାକୁ ଆସିନାହିଁ। କିନ୍ତୁ ଏହି ଫେଷ୍ଟିଭ ସିଜନରେ ଏହାକୁ ଲଞ୍ଚ କରାଯାଇପାରେ ବୋଲି ସମ୍ଭାବନା ରହିଛି। ଲିକ ଡକ୍ୟୁମେଣ୍ଟ ଅନୁଯାୟୀ Splendor iSmartରେ ୧୧୩ସିସି ର ଇଞ୍ଜିନ ମିଳିବ ଯାହା ବର୍ତ୍ତମାନ ଉପଲବ୍ଧ ଥିବା ମଡେଲ ମୁକାବିଲା ଠାରୁ ସାମାନ୍ୟ ଅଧିକ।

bike_123ସବୁଠାରୁ ଖାସ୍ କଥା ହେଉଛି ମାଇଲେଜ୍ ବଢ଼ାଇବା ପାଇଁ ଏଥିରେ ଫ୍ୟୁଏଲ ଇଜେଙ୍କସନ ଟେକନିକକୁ ସାମିଲ କରାଯିବ। ଏହି ନୂଆ ବାଇକ୍ ବିଏସ୬ ଇଞ୍ଜିନ ସହିତ ଆସିବ କିନ୍ତୁ ଇଞ୍ଜିନ କାପାସିଟ୍ ବଢ଼ିବା ପରେବି ଏଥିରେ ଥିବା ପାଓ୍ଵାର ମଡେଲ କମ୍ ରହିବ। ଯଦିଓ ଏବେ ଉପଲବ୍ଧ ଥିବା ମଡେଲରେ ୯.୫hp ମିଳୁଛି କିନ୍ତୁ ନୂଆ ମଡେଲରେ ୯.୧hp ର ପାଓ୍ଵାର ମିଳିବ।

ଏହାସହ ପଢନ୍ତୁ : ଲଞ୍ଚ ହେଲା ବ୍ଲୁଟୁଥ୍‌ ସିଷ୍ଟମ TVS-Apache-RTR-200-4V, ଦୁର୍ଘଟଣା ପୂର୍ବରୁ ପଠାଇବ ସତର୍କ ସୂଚନା

ଏହି ନୂଆ BS6 Splendor iSmartରେ ଦୁଇଟି ଭେରିୟଣ୍ଟ ମିଳିବ। ଏଥିରେ ଗୋଟିଏ ଡ୍ରମ ଏବଂ ଅନ୍ୟଟି ଫ୍ରଣ୍ଟ ଡିସ୍କବ୍ରେକ ରହିଛି। ଏବେ ଥିବା ମଡେଲ ତୁଳନାରେ ଏହାର ଦାମ ୧୫ ପ୍ରତିଶତ ପଯ୍ୟର୍ନ୍ତ ଅଧିକ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.