ଏହି ଅନୁଆଲ ପ୍ଲାନକୁ ପୁଣି ଥରେ ଅପଡ଼େଟ କଲା BSNL, ଜାଣନ୍ତୁ କଣ କଣ କରାଯାଇଛି ପରିବର୍ତ୍ତନ

ପୁଣି ଥରେ ବିଏସଏନଏଲ ନିଜ ୧୯୯୯ ଟଙ୍କିଆ ଆନୁଆଲ ପ୍ଲାନକୁ ଅପଡ଼େଟ କରିଛି । ୨୦୨୦ରେ କମ୍ପାନୀ ପକ୍ଷରୁ OTT ସବସ୍କ୍ରିପସନରେ କିଛିଟା ପରିବର୍ତ୍ତନ ଅଣାଯାଇଥିଲା । ନୂଆ ପରିବର୍ତ୍ତନ ଲାଗୁ ହେବା ପରେ ଗ୍ରାହକଙ୍କୁ ପ୍ରତିଦିନ ୩ ଜିବି ଡାଟା ବଦଳରେ ୨ ଜିବି ଡାଟା ମିଳିବ । କିନ୍ତୁ ଗ୍ରାହକଙ୍କୁ ୨୧ ଦିନ ଅଧିକ ଭ୍ୟାଲିଡିଟି ମିଳିବ । ଆଉ ଏହି ଅଫର ମାତ୍ର ଜାନୁଆରୀ ୩୧ ତାରିଖ ଯାଏଁ ହିଁ ଲାଗୁ ହେବ ବୋଲି ସ୍ପଷ୍ଟ କରାଯାଇଛି । ଅର୍ଥାତ ଜାନୁଆରୀ ୩୧ ଭିତରେ ରିଚାର୍ଜ କଲେ ଏହି ଲାଭ ମିଳିପାରିବ ।

ପୂର୍ବ ପରି ଏହାର ଭ୍ୟାଲିଡିଟି ୩୬୫ ଦିନ ଯାଏଁ ହିଁ ରହିବ । ପ୍ଲାନରେ ଅନଲିମିଟେଡ଼ ଭଏସ ଲୋକାଲ ସମେତ ଏସଟିଡି କଲର ସୁବିଧା ମିଳିଥାଏ । ଦିଲ୍ଲୀ ଓ ମୁମ୍ବାଇରେ MTNL ନେଟୱର୍କ ଉପରେ ଅନଲିମିଟେଡ଼ କଲ ସୁବିଧା ମିଳିଥାଏ । ଏହା ସହ ପ୍ରତିଦିନ ୧୦୦ଟି ମାଗଣା ଏସଏମଏସ ମଧ୍ୟ କରାଯାଇ ପାରିବ । ସୂଚନା ଅନୁଯାୟୀ, ୧୯୯୯ ଟଙ୍କିଆ ଏହି ଆନୁଆଲ ପ୍ଲାନକୁ ରିଚାର୍ଜ କରୁଥିବା ଗ୍ରାହକଙ୍କୁ ଏବେ Eros Nowର ଅନଲିମିଟେଡ଼ କଣ୍ଟେଣ୍ଟର ଲାଭ ନେଇ ପାରିବେ । ଆଉ ଏହି ଫାଇଦା ୩୬୫ ଦିନ ପର୍ଯ୍ୟନ୍ତ ମିଳିପାରିବ । ଏହା ବ୍ୟତୀତ ୬୦ ଦିନ ପାଇଁ Lokdhun କଣ୍ଟେଣ୍ଟ ବି ମାଗଣା ମିଳିବ | କହିରଖିବା ଉଚିତ ହେବକି, ୨୦୨୦ ଡିସେମ୍ବରରେ ହୋଇଥିବା ପରିବର୍ତ୍ତନରେ ବି ଏହି ସବୁ ସୁବିଧା ଉପଲବ୍ଧ ଥିଲା ।

ବିଏସଏନଏଲ PV ୧୯୯୯ ପାଇଁ ମଲ୍ଟିପ୍ଲ ରିଚାର୍ଜ ସୁବିଧା ଫେବୃଆରୀ ୧ ତାରିଖରୁ ବନ୍ଦ କରିଦେବା ପାଇଁ ସ୍ଥିର କରିଛି । ୟୁଜର୍ସ ମାନେ ୨୩୯୯
ଟଙ୍କିଆ ପ୍ଲାନ ଚାହୁଁଥିଲେ ବି ଏହାକୁ ରିଚାର୍ଜ କରି ପାରିବେ । ରିପବ୍ଲିକ ଡ଼େ ଅଫର ପାଇଁ ଏହାର ଭ୍ୟାଲିଡିଟି ୭୨ ଦିନ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.