Below header

BSNL ଜାରି କଲା ବଡ଼ ଅଫର, ଏହି ପ୍ଳାନରେ ଗ୍ରାହକଙ୍କୁ ମିଳିବ ୧୦୦ ଜିବି ଡାଟା ପର୍ଯ୍ୟନ୍ତର ସୁବିଧା

ସରକାରୀ ଟେଲିକମ କମ୍ପାନୀ ଭାରତ ସଂଚାର ନିଗମ ଲିମିଟେଡ଼ ବା ବିଏସଏନଏଲ ନିଜ ୪୯୯ ଟଙ୍କିଆ ଭାରତ ଫାଇବର ବ୍ରଡ଼ବ୍ୟାଣ୍ଡ ପ୍ଲାନର ବୈଧତା ଆସନ୍ତା ଜୁନ ୨୯ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛି । ଯାହାକି ପୂର୍ବରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ହିଁ ସୀମିତ ଥିଲା । ଏହାର ଅର୍ଥ ବିଏସଏନଏଲ ବ୍ରଡ଼ବ୍ୟାଣ୍ଡ ୟୁଜର୍ସ ଆସନ୍ତା ଜୁନ ୨୯ ତାରିଖ ପର୍ଯ୍ୟନ୍ତ ଏହି ପ୍ଲାନକୁ ରିଚାର୍ଜ କରି ପାରିବେ । ଏହାବାଦ କମ୍ପାନୀର ଏହି ପ୍ରମୋସନ ଅଫରରେ ୪୯୯ ଟଙ୍କାରେ ଉପଭୋକ୍ତାଙ୍କୁ ୧୦୦ ଜିବି ପର୍ଯ୍ୟନ୍ତର ଡାଟା ସୁବିଧା ମିଳିପାରିବ ।

bsnl new

ଡାଟା ସ୍ପିଡ଼ ୨୦ ଏମବିପିଏସ ପର୍ଯ୍ୟନ୍ତ ରହିବ ବୋଲି ଜଣାଯାଇଛି । କିନ୍ତୁ ପ୍ଲାନ ଶେଷ ହେବା ପରେ ଇଣ୍ଟରନେଟ ସ୍ପିଡ଼ ୨ ଏମବିପିଏସ ପର୍ଯ୍ୟନ୍ତ ରହିବ । ଏହି ସୁବିଧାରେ ୟୁଜର୍ସ ଲ୍ୟାଣ୍ଡଲାଇନ ଜରିଆରେ ଅନଲିମିଟେଡ଼ କଳିଙ୍ଗ ବି କରିପାରିବେ । କହି ରଖିବା ଉଚିତ ହେବକି ବିଏସଏନଲ ପାଖରେ ଭାରତ ଫାଇବର ବ୍ରଡ଼ବ୍ୟାଣ୍ଡର ୪୯୯ ଟଙ୍କିଆ ପ୍ଲାନ ବ୍ୟତୀତ ୭୭୭ ଟଙ୍କିଆ, ୮୪୯ ଟଙ୍କିଆ, ୧୨୭୭ ଟଙ୍କିଆ, ୨୪୯୯ ଟଙ୍କିଆ, ୪୪୯୯ ଟଙ୍କିଆ, ୫୯୯୯ ଟଙ୍କିଆ, ୯୯୯ ଟଙ୍କିଆ ଓ ୧୬,୯୯୯ ଟଙ୍କିଆ ଵାଲା ପ୍ଲାନ ଉପଲବ୍ଧ ଅଛି ।

ଏହା ପୂର୍ବରୁ କମ୍ପାନୀ ନିଜ ୯୬ ଟଙ୍କିଆ ଗୋଲଡ ପ୍ଲାନ ବୈଧତା ୯୦ ଦିନ ପାଇଁ ବଢ଼ାଇ ଦେଇଥିଲା । ଉପଭୋକ୍ତା ଏହି ପ୍ଲାନକୁ ଜୁନ ୩୦ ତାରିଖ ଯାଏଁ ରିଚାର୍ଜ କରି ପାରିବେ । ୟୁଜରଙ୍କୁ କଲିଙ୍ଗ ପାଇଁ ୨୫୦ ମିନିଟର କଲିଙ୍ଗ ସୁବିଧା ସହ ୧୦୦ ଏସଏମଏସ ସୁବିଧା ବି ମିଳିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.