୭୬ ଦିନ ପରେ ସ୍ୱାଭାବିକ ସ୍ଥିତିକୁ ଫେରିଲା କରୋନାର ଉତ୍ପତ୍ତି ସ୍ଥଳ ଉହାନ ସହର, ପ୍ରଥମ ଅନ୍ତର୍ଜାତୀୟ ବିମାନ ଅବତରଣ କରିବା ପରେ ଦିଆଗଲା ଓ୍ଵାଟର ସାଲ୍ୟୁଟ୍‌

ସ୍ୱାଭାବିକ ସ୍ଥିତିକୁ ଫେରିଲା କରୋନାର ଉତ୍ପତ୍ତି ସ୍ଥଳ ଉହାନ ସହର । ୭୬ ଦିନ ପରେ ସେଠାରୁ ଉଠିଛି ଲକ୍‌ଡାଉନ୍‌ । ଲକ୍‌ଡାଉନ୍‌ ଉଠିବା ପରେ ସ୍ୱାଭାବିକ ହୋଇଛି ଜୀବନ ଯାତ୍ରା । ଲୋକେ ରାସ୍ତାରେ ଯାଆସ ଆରମ୍ଭ କରିଛନ୍ତି । ୭୬ ଦିନ ପରେ ଉହାନରେ ଅବତରଣ କରିଛି ପ୍ରଥମ ଅନ୍ତର୍ଜାତୀୟ ବିମାନ । ବିମାନ ଅବତରଣ କରିବା ପରେ ଓ୍ଵାଟର ସାଲ୍ୟୁଟ୍‌ ଦିଆଯାଇଥିଲା ।

water saluteକରୋନା ଭାଇରସ୍‌ ବ୍ୟାପିବା ପରେ ଜାନୁଆରୀ ୨୩ ତାରିଖରୁ ସେଠାରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା । ଘର ଭିତରେ ତାଲା ବନ୍ଦ ହୋଇ ରହିଥିଲେ ଶହେ ଦଶ କୋଟି ଲୋକ । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବାକୁ ଲୋକ ଘରୁ ବାହାରୁଥିଲେ । ସହରର ସମସ୍ତ ପ୍ରବେଶ ପଥକୁ ସିଲ୍‌ କରିଥିଲେ ଚୀନ ସରକାର । ଉହାନରେ କରୋନାରେ ୩ ହଜାର ୩ଶହରୁ ଅଧିକ ଲୋକଙ୍କ ଜୀବନ ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.