ଗ୍ରାହକଙ୍କୁ BSNLର ବଡ଼ ଝଟକା, ନିଜର ସମସ୍ତ ପ୍ରି-ପେଡ଼ ପ୍ଲାନକୁ ବନ୍ଦ କରିବାକୁ ଯାଉଛି କମ୍ପାନୀ

ଭାରତ ସଂଚାର ନିଗମ ଲିମିଟେଡ଼ ବା ବିଏସଏନଏଲ ନିଜ ବ୍ରଡ଼ବ୍ୟାଣ୍ଡ ଗ୍ରାହକ ମାନଙ୍କୁ ଏକ ବଡ ଝଟକା ଦେଇଛି । ମିଳିଥିବା ସୂଚନା ଅନୁଯାୟୀ ନିଜ ସମସ୍ତ ପ୍ରି-ପେଡ଼ ବ୍ରଡ଼ବ୍ୟାଣ୍ଡ ପ୍ଲାନ ସୁବିଧାକୁ ବନ୍ଦ କରିଦେଇଛି କମ୍ପାନୀ । ଏବେ ଗ୍ରାହକ ମାନେ କେବଳ ପୋଷ୍ଟପେଡ ପ୍ଲାନର ହିଁ ସୁବିଧା ପାଇପାରିବେ । କିନ୍ତୁ କମ୍ପାନୀ ପକ୍ଷରୁ ଏଯାଏଁ କୌଣସି ଆଧିକାରୀକ ସୂଚନା ଦିଆଯାଇନାହିଁ । ସୂଚନାରୁ ଜଣାଯାଇଛିଯେ ଭାରତରେ ବିଏସଏନଏଲର ଖୁବ କମ ପ୍ରି-ପେଡ଼ ଗ୍ରାହକ ଅଛନ୍ତି । ବିଶେଷକରି ଏହି କାରଣରୁ ହିଁ କମ୍ପାନୀ ପକ୍ଷରୁ ଏମିତି ଏକ ନିଷ୍ପତ୍ତି ନିଆଯାଇଛି । ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ କମ୍ପାନୀ ୬୦୦ ଟଙ୍କାର ଏକ ଡ଼ିସକାଉଣ୍ଟ ଅଫର ବି ଲଞ୍ଚ କରିଛି ।

କହିରଖୁଛୁକି, ଭାରତ ସଂଚାର ନିଗମ ଲିମିଟେଡ଼ ନିକଟରେ ନିଜର ଏକ ପ୍ରି ପେଡ଼ ପ୍ଲାନ ଲଞ୍ଚ କରିଛି । ଯାହାର ମୂଲ୍ୟ ୧୪୯୮ ଟଙ୍କା ରଖିଛି କମ୍ପାନୀ । ଏହି ପ୍ଲାନରେ ପ୍ରତିଦିନ ୨ଜିବି ଡାଟା ମିଳିବା ସହିତ ଏହାର ବୈଧତା ୩୬୫ଦିନ ବା ବର୍ଷେ ପାଇଁ ରହିବ । କିନ୍ତୁ କଲିଙ୍ଗ କିମ୍ବା ମେସେଜିଙ୍ଗ ନେଇ ଏଥିରେ କୌଣସି ସୁବିଧା ନାହିଁ । ଏହି ପ୍ରିପେଡ଼ ପ୍ଲାନ ବ୍ୟତୀତ କମ୍ପାନୀ ଏକ ପ୍ରମୋସନାଲ ଅଫର ବି ଲଞ୍ଚ କରିଛି ଯାହା ସହ ୯୦ ଦିନର ଅତିରିକ୍ତ ବୈଧତା ମିଳିପାରିବ ।

ଯେଉଁମାନେ ଅଧିକ ମାତ୍ରାରେ ଡାଟା ବ୍ୟବହାର କରୁଛନ୍ତି । କେବଳ ସେହି ଗ୍ରାହକ ମାନଙ୍କୁ ନଜରରେ ରଖି ହିଁ କମ୍ପାନୀ ଏହି ପ୍ଲାନଟିକୁ ଲଞ୍ଚ କରିଥିଲା । ପ୍ରତିଦିନର ଡାଟା ସରିବା ପରେ ଡାଟା ସ୍ପିଡ଼ ୪୦kbpsକୁ ଖସି ଆସିବ । ଖୁବଶୀଘ୍ର ଭାରତର ବିଭିନ୍ନ ସ୍ଥାନରେ ଏହି ସୁବିଧା ମିଳିପାରିବ ବୋଲି ସ୍ପଷ୍ଟ କରିଛି କମ୍ପାନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.