Below header

ବିଏସଏନଏଲର Republic Day ଅଫର, ୭୧ ଦିନ ବଢ଼ିଲା ଏହି ପ୍ଲାନର ଅବଧି

୭୧ତମ ଗଣତନ୍ତ୍ର ଦିବସକୁ ଆହୁରି ଅଧିକ ଖାସ କରିବା ପାଇଁ ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ନିଜର ଏକ ପ୍ଲାନର ବୈଧତାକୁ ୭୧ ଦିନ ଯାଏଁ ବଢ଼ାଇ ଦେଇଛି । ନୂଆ ସୁବିଧା ପରେ ବିଏସଏନଏଲ ଗ୍ରାହକ ମାନଙ୍କୁ ୧୯୯୯ ଟଙ୍କିଆ ପ୍ରି-ପେଡ ପ୍ଲାନରେ ୭୧ ଦିନର ଦିନର ଅତିରିକ୍ତ ବୈଧତା ମିଳିବ । ବିଏସଏନଏଲର ଏହି ଅଫର ଜାନୁଆରୀ ୨୬ ରୁ ଆରମ୍ଭ ହୋଇ ଫେବୃଆରୀ ୧୫ ପର‌୍ୟ୍ୟନ୍ତ ଚାଲିବ ଜ୍ଝ ଏହି ଦିନ ମଧ୍ୟରେ ରିଚାର୍ଜ କରିଥିବା ଗ୍ରାହକଙ୍କୁ କମ୍ପାନୀ ଦ୍ୱାରା ଲାଗୁହୋଇଥିବା ନୂଆ ଅଫରର ସୁବିଧା ମିଳିପାରିବ । କହି ରଖିବା ଉଚିତ କି ବିଏସଏନଏଲର ଏହି ପ୍ଲାନରେ ପୂର୍ବରୁ ୩୬୫ ଦିନ ଥିଲା ।

bsnl

କିନ୍ତୁ ଅଫର ଲାଗୁ ହେବା ପରେ ଏହାର ସମୟ ସୀମା ୪୩୬ ଦିନ ଯାଏଁ ବଢ଼ିଯିବ । କମ୍ପାନୀର ଏହି ପ୍ଲାନ ସେହି ମାନଙ୍କ ପାଇଁ ଯେଉଁ ମାନଙ୍କ ପାଇଁ ଯେଉଁ ମାନେ ଲମ୍ବା ସମୟ ଯାଏଁ ଅନଲିମିଟେଡ଼ କଲିଙ୍ଗ, ଡାଟା, ମେସେଜ ଆଦିର ସୁବିଧା ଉଠାଇବାକୁ ଚାହାନ୍ତି । କିନ୍ତୁ ଅବଧି ବଢାଇବା ବ୍ୟତୀତ କମ୍ପାନୀ ଅନ୍ୟ କୌଣସି ଅତିରିକ୍ତ ସୁବିଧା ଉପଲବ୍ଧ କରୁନାହିଁ । ବିଏସଏନଏଲର ଏହି ପ୍ଲାନରେ ପ୍ରତିଦିନ ୩ ଜିବି ଡାଟା ମିଳିଥାଏ । ଏହା ବାଦ ପ୍ରତିଦିନ ୧୦୦ ଏସଏମଏସର ସୁବିଧା ମିଳିପାରିବ । ଏସବୁ ବାଦ ସବୁ ନେଟୱାର୍କକୁ ଅନଲିମିଟେଡ଼ କଳିଙ୍ଗକୁ ଉପଭୋକ୍ତା ମାନେ ଉପଭୋଗ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.