BSNL ତରଫରୁ ନୂଆ ବ୍ରଡ଼ବ୍ୟାଣ୍ଡ ପ୍ଲାନ ହେଲା ଲଞ୍ଚ, ଏଣିକି ମିଳିବ ହାଇସ୍ପିଡ଼ ଡାଟା ସହ ଅନଲିମିଟେଡ଼ କଳିଙ୍ଗର ସୁବିଧା

ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ତରଫରୁ ୨୯୯ ଟଙ୍କା ଓ ୪୯୧ ଟଙ୍କା ବାଲା ବ୍ରଡ଼ବ୍ୟାଣ୍ଡ ପ୍ଲାନ ମାନ ଲଞ୍ଚ କରାଯାଇଛି । କମ୍ପାନୀ ମୁଖ୍ୟଙ୍କ କହିବା ଅନୁଯାୟୀ ଏହି ଦୁଇ ପ୍ଲାନକୁ ସାଧାରଣ ଜନସାଧାରଣଙ୍କ ବଜେଟ ଅନୁଯାୟୀ ହିଁ ପ୍ରସ୍ତୁତ କରାଯାଇଛି । ଏହାଦ୍ୱାରା ଅଧିକରୁ ଅଧିକ ସବସ୍କ୍ରଇବର କମ୍ପାନୀ ସହ ଯୋଡି ହୋଇପାରିବେ । ଉପଭୋକ୍ତା ମାନଙ୍କୁ ଏହି ଦୁଇ ପ୍ଲାନରେ ୨୦ ଏମବିପିଏସ ସ୍ପିଡ଼ ଡାଟା ସହ ଅନଲିମିଟେଡ଼ କଳିଙ୍ଗର ସୁବିଧା ମଧ୍ୟ ମିଳିପାରିବ ।

bsnl

ବିଏସଏନଏଲର ୨୯୯ ଟଙ୍କା ଵାଲା ପ୍ଲାନ:

କମ୍ପାନୀ ଏହି ପ୍ଲାନ ଟିକୁ ଖାସ କରି ମଧ୍ୟମ ବର୍ଗିୟ ଜନ ସାଧାରଣଙ୍କ ପାଇଁ ହିଁ ପ୍ରସ୍ତୁତ କରିଛନ୍ତି । ଉପଭୋକ୍ତା ମାନଙ୍କୁ ଏହି ପ୍ୟାକରେ ୨୦ ଜିବି ଏମବିପିଏସ ସ୍ପିଡ଼ ଵାଲା ୫୦ ଜିବି ଡାଟା ମିଳିପାରିବ । କୌଣସି ନେଟୱର୍କକୁ ଅନଲିମିଟେଡ଼ କଳିଙ୍ଗ କରିପାରିବେ । ଯଦି ୟୁଜର୍ସ ମାନେ ସମୟ ଅବଧି ପୂର୍ବରୁ ନିଜ ଡାଟା ଶେଷ କରିଦିଅନ୍ତି ତେବେ ସେମାନଙ୍କ ଡାଟା ସ୍ପିଡ଼କୁ କମାଇ ଦିଆଯିବ ।

ବିଏସଏନଏଲର ୪୯୧ ଟଙ୍କିଆ ପ୍ଲାନ:

ୟୁଜର୍ସ ମାନଙ୍କୁ ଏହି ପ୍ଲାନ ଜରିଆରେ ୨୦ ଏମବିପିଏସ ସ୍ପିଡ଼ ସହ ୧୨୦ ଜିବି ଡାଟା ମିଳିବ । ଏହା ସହ ୟୁଜର୍ସ ମାନେ ବିନା କୌଣସି ଏଫୟୁପିରେ ଅନଲିମିଟେଡ଼ କଲ କରିପାରିବେ ।

ବିଏସଏନଏଲ ତରଫରୁ କୁହାଯାଇଛି କି ୪୯୧ ଟଙ୍କା ଵାଲା ନୂଆ ୟୁଜର୍ସ ମାନଙ୍କୁ ୩ ଜିବି CUL ବ୍ରଡ଼ ବ୍ୟାଣ୍ଡ ପ୍ଲାନ ସହିତ ସର୍କଲରେ ମାଇଗ୍ରେଟ କରି ଦିଆଯାଇପାରିବ । ୟୁଜର୍ସ ମାନେ ଏହି ପ୍ଲାନ ଗୁଡିକର ମାସିକ ଅନୁଯାୟୀ ବ୍ୟବହାର କରିପାରିବେ । ଏହା ସହ ୟୁଜର୍ସ ମାନଙ୍କୁ ଏହି ପ୍ଲାନରେ ୬ ମାସ ବା ବର୍ଷକୁ ପେମେଣ୍ଟ ଦେବାର ସୁବିଧା ମଧ୍ୟ ମିଳିପାରିବ । ପୂର୍ବରୁ କମ୍ପାନୀ ୨୯୯ ଟଙ୍କିଆ ଓ ୪୯୧ ଟଙ୍କିଆ ପ୍ଲାନକୁ କେବଳ ବିଏସଏନଏଲ ୟୁଜର୍ସ ମାନଙ୍କ ପାଇଁ ହିଁ ଲଞ୍ଚ କରିଥିଲା । କିନ୍ତୁ ଏହି ସୁବିଧା ଏବେ ସମସ୍ତ ୟୁଜର୍ସ ମାନଙ୍କୁ ଯୋଗାଇ ଦିଆଯିବ ବୋଲି କମ୍ପାନୀ ତରଫରୁ ସ୍ପଷ୍ଟ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.