Below header

ପାଦରେ ଚାଲିବାକୁ ବଳ ନଥିଲେ ମଧ୍ୟ ଭାଙ୍ଗିଯାଇନି ମନୋବଳ, ଦେଖନ୍ତୁ କେମିତି ଘୁଷୁଡ଼ି ଘୁଷୁଡ଼ି ରନ୍‌ ନେଉଛି ଦିବ୍ୟାଙ୍ଗ ବାଳକ

ଆମ ପାଖରେ ସବୁ ଜିନିଷ ଥିଲେ ମଧ୍ୟ ବେଳେବେଳେ ଏକ ଛୋଟ କଥାକୁ ନେଇ ଆମେ ରାଗିଯାଉ ଓ କାହିଁକି ତାହା ଆମ ପାଖରେ ନାହିଁ ଚିନ୍ତା କରି ଦୁଃଖୀ ହୋଇଯାଉ। କୌଣସି କାମରେ ବିଫଳ ହେଲେ ଲୋକେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ମଧ୍ୟ ପଛାଇନଥାନ୍ତି। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଏଭଳି ଭିଡିଓ ଭାଇରାଲ ହୋଇଛି ଯାହା ଜୀବନକୁ ନେଇ ଲୋକଙ୍କ ଧାରଣାକୁ ସମ୍ପୂର୍ଣ୍ଣ ବଦଳାଇଦେବା କ୍ଷମତା ରଖିଛି। ଏହି ଭିଡିଓ କିଛି ଦିବ୍ୟାଙ୍ଗ ବାଳକଙ୍କର।

ଦେଖନ୍ତୁ ଭିଡିଓ:

ଟ୍ଵିଟର ବ୍ୟବହାରକାରୀ ସୁଧା ରମଣ ଆଇଏଫ୍‌ଏସ୍‌ଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓ ଦେଖିଲେ ଯେ କେହି ବି ଦୁଇ ମିନିଟ୍‌ ଚିନ୍ତା କରିବାକୁ ବାଧ୍ୟ ହେବ। ଭିଡିଓରେ ଗୋଡ଼ ନଥିବା ଏକ ଦିବ୍ୟାଙ୍ଗ ବାଳକ କ୍ରିକେଟ୍‌ ଖେଳୁଥିବା ଦେଖିବାକୁ ମିଳିଛି। ଶାରୀରିକ ଭାବେ ଅକ୍ଷମ ହୋଇଥିଲେ ମଧ୍ୟ ପିଲାଟିର ମନୋବଳ କିନ୍ତୁ ଖୁବ୍‌ ଦୃଢ଼। ଗୋଡ଼ରେ ଚାଲିବାକୁ ଅସମର୍ଥ ଏହି ବାଳକଟି ଅନ୍ୟ ସାଧାରଣ ପିଲାଙ୍କ ଭଳି କ୍ରିକେଟ ଫିଲ୍ଡରେ ଖେଳୁଥିବା ଦେଖିବାକୁ ମିଳିଛି। ପିଲାଟି ବ୍ୟାଟିଂ କରି ଘୁଷୁଡ଼ି ଘୁଷୁଡ଼ି ରନ୍‌ ମଧ୍ୟ ନେଉଛି।


କୁନି ପିଲାଟିର ଭିଡିଓ ଏତେ ମାତ୍ରାରେ ସମସ୍ତଙ୍କ ହୃଦୟକୁ ଛୁଇଁଛି ଯେ ଦୁଇ ଦିନ ମଧ୍ୟରେ ଏହାକୁ ୧୮୦୦ ଥର ଟି-ଟ୍ଵିଟ୍‌ କରାଯାଇଛି। ଅନ୍ୟ ୟୁଜରମାନେ ଦିବ୍ୟାଙ୍ଗ ବାଳକଟିକୁ ପ୍ରକୃତ ହିରୋ କହିବା ସହ ତା’ ସାହସିକତାକୁ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.