Below header

ବ୍ରିଟେନ ବୈଜ୍ଞାନିକଙ୍କ ଦାବି, ଏବେ ହେଡ଼ ଟ୍ରାନ୍ସପ୍ଲାଣ୍ଟ ଦ୍ୱାରା ମରିଥିବା ବ୍ୟକ୍ତି ମଧ୍ୟ ହୋଇପାରିବେ ଜୀବିତ

ଜନ୍ମ ଓ ମୃତ୍ୟୁ ଉପରେ କେବେ କାହାର ବି ଜୋର ଚାଲିପାରେ ନାହିଁ କାରଣ ଏହା ଭଗବାନଙ୍କ ହାତରେ ଥାଏ କିନ୍ତୁ ପ୍ରକୃତିର ଏହି କରିସ୍ମାକୁ ବ୍ରିଟେନର ବୈଜ୍ଞାନିକମାନେ ଚ୍ୟାଲେଞ୍ଜ କରିଛନ୍ତି । ଏଠାକାର ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ହେଡ଼ ଟ୍ରାନ୍ସପ୍ଲାଣ୍ଟ ଦ୍ୱାରା ମୃତବ୍ୟକ୍ତିମାନେ ମଧ୍ୟ ପୁଣିଥରେ ଜୀବିତ ହୋଇପାରିବେ । ଏହାବ୍ୟତୀତ ଯେଉଁମାନଙ୍କର ହାତ ଗୋଡ଼ କଟିଯାଇଥିବ ସେମାନଙ୍କୁ ମଧ୍ୟ ବହୁତ ଫାଇଦା ହେବ ।

Image result for head-transplant-can-be-possible-in-10-years-britain-scientists-claim

ବ୍ରିଟେନର ଜଣେ ପୂର୍ବତନ ନ୍ୟୁରୋସର୍ଜନ ଏବଂ ରୋବଟିକ୍ସ ଏକ୍ସପର୍ଟ ବର୍ତ୍ତମାନ ଏହା ଉପରେ ଗବେଷଣା କରୁଛନ୍ତି । ତେବେ ବ୍ରିଟେନ ହଲ ୟୁନିଭର୍ସିଟିର ଫର୍ମର କ୍ଲିନିକାଲ ହେଡ ବୃସ ମ୍ୟାଥିୟୁଙ୍କ କହିବା ଅନୁଯାୟୀ ଆସନ୍ତା ୧୦ ବର୍ଷ ମଧ୍ୟରେ ହେଡ଼ ଟ୍ରାନ୍ସପ୍ଲାଣ୍ଟ ସମ୍ଭବ ହୋଇପାରିବ । ଯେଉଁଥିରେ ରୋବଟିକ୍ସ, ସ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟ ଏବଂ ନର୍ଭ ସର୍ଜରୀର ଆଡ଼ଭାନ୍ସ ଟେକ୍ନୋଲୋଜି ସାହାଯ୍ୟ କରିବ । ଯଦିଓ ୟୁରୋପ ଏବଂ ଆମେରିକାରେ ହେଡ଼ ଟ୍ରାନ୍ସପ୍ଲାଣ୍ଟର ରିସର୍ଚ୍ଚକୁ ବ୍ୟାନ କରାଯାଇଛି କିନ୍ତୁ ଚୀନ ଏଥିପାଇଁ ନିଜର ସହମତି ପ୍ରଦାନ କରିସାରିଛି ।

Image result for head-transplant-can-be-possible-in-10-years-britain-scientists-claim

ସୂଚନା ଅନୁଯାୟୀ ୨୦୧୭ ମସିହାରେ ଜିଆଓପିଙ୍ଗ ରେନ ନାମକ ଜଣେ ଚିନୀ ବୈଜ୍ଞାନିକ ଦାବି କରିଥିଲେ ଯେ ସେ ଏକ ସଫଳ ହେଡ଼ ଟ୍ରାନ୍ସପ୍ଲାଣ୍ଟ କରାଇଛନ୍ତି । ସେ ଜଣେ ମୃତ ବ୍ୟକ୍ତିର ମୁଣ୍ଡକୁ ଅନ୍ୟଜଣେ ମୃତବ୍ୟକ୍ତିର ଶରୀରରେ ଟ୍ରାନ୍ସପ୍ଲାଣ୍ଟ କରାଇଥିଲେ । ତେବେ ଚୀନର ହାର୍ବିନ ମେଡିକାଲ ୟୁନିଭର୍ସିଟିରେ କରାଯାଇଥିବା ଏହି ସର୍ଜରୀ ପାଇଁ ୧୮ ଘଣ୍ଟା ସମୟ ଲାଗିଥିଲା । ସର୍ଜରୀ ପରେ ସ୍ପାଇନ, ନର୍ଭ ଏବଂ ବ୍ଲଡ଼ ଭେସେଲସକୁ ଦ୍ଵିତୀୟଥର ଯୋଡ଼ା ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.