ବହୁତ ଦିନ ପରେ ମାଲିକକୁ ଦେଖି ଖୁସିରେ କୋଳାଗ୍ରତ କଲା ଓଟ, ଦେଖନ୍ତୁ ମନମୋହକ ଭିଡିଓ

ନିଜର ଆତ୍ମୀୟମାନଙ୍କୁ କୋଳାଗ୍ରତ କରି ଆମେ ତାଙ୍କ ପ୍ରତି ଥିବା ଭଲପାଇବା ଦର୍ଶାଇଥାଉ। ଏହା ଭଲପାଇବା ଦର୍ଶାଇବାର ଏକ ମାଧ୍ୟମ। କେବଳ ମଣିଷ ନୁହେଁ ଏବେ ଜୀବଜନ୍ତୁମାନେ ମଧ୍ୟ ନିଜ ଭଲପାଇବା ଦର୍ଶାଇବା ପାଇଁ କୋଳାଗ୍ରତ କରୁଥିବା ଦେଖିବାକୁ ମିଳିଛି। ନିକଟରେ ସୋସିଆଲ ମିଡିଆରେ ବହୁଳ ଭାବେ ଭାଇରାଲ ହୋଇଥିବା ଏକ ଭିଡିଓରେ ଏଭଳି ଘଟଣା ଘଟିଥିବା ନଜର ଆସିଥିଲା।

ସୁଶାନ୍ତ ନନ୍ଦ ଆଇଏଫ୍‌ଏସ୍‌ ନାମକ ଜଣେ ଟ୍ଵିଟର ୟୁଜର ନିଜ ଆକାଉଣ୍ଟରେ ସେୟାର କରିଥିବା ଭିଡିଓରେ ଏକ ଓଟ ନିଜ ମାଲିକକୁ କୋଳାଗ୍ରତ କରିଥିବା ଦେଖାଯାଇଛି। ଭିଡିଓରେ ଏକ ଧଳା ଓଟ ମାଲିକକୁ କୁଣ୍ଢାଇପକାଉଥିବା ଦେଖିବାକୁ ମିଳିଛି। ଭିଡିଓ ସେୟାର କରି ସୁଶାନ୍ତ କ୍ୟାପସନ୍‌ରେ ଲେଖିଛନ୍ତି ‘‘ଆମ ପାଖରେ କେବଳ ତାହା ହିଁ ଅଛି ଯାହା ଆମେ ଦେଇଥାଉ.. ଓଟ ମାଲିକ କିଛିଦିନ ପାଇଁ ଅନୁପସ୍ଥିତ ଥିଲେ। ଯେତେବେଳେ ସେ ଫେରିଲେ ଓଟ ଏଭଳି ଭାବେ କୋଳାଗ୍ରତ କରି ନିଜ ଭଲ ପାଇବା ଦେଖାଉଛି’’।

ଦେଖନ୍ତୁ ଭିଡିଓ:


ଦୁଇ ଦିନ ପୂର୍ବରୁ ପୋଷ୍ଟ କରାଯାଇଥିବା ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୧ ହଜାରରୁ ଊର୍ଦ୍ଧ୍ୱ ଥର ଦେଖାସରିଲାଣି। ୟୁଜର୍ସ ଏହି ଭିଡିଓକୁ ପସନ୍ଦ କରିବା ସହ କମେଣ୍ଟ ମଧ୍ୟ ଦେଇଛନ୍ତି।

ତେବେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ୨୦୧୪ ମସିହାରେ ଏକ ଓଟ ବିଷୟରେ ଏଭଳି କାହାଣୀ ଅନ୍‌ଲାଇନ୍‌ରେ ପ୍ରସାରିତ ହୋଇଥିଲା। ଯେଉଁଥିରେ ପୁରୁଣା ମାଲିକକୁ ଓଟ ଚିହ୍ନିପାରି କୁଣ୍ଢାଇ ପକାଇଥିବା ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.