ଲୋକଙ୍କ ହୃଦୟ ଭାଙ୍ଗିଲେ ଜଳିଉଠିଥାଏ ଏହି ବଲ୍‌ବ, ଜାଣନ୍ତୁ କେଉଁ ଦେଶ ଆବିଷ୍କାର କଲା ଏଭଳି ଅଦ୍ଭୁତ ଟେକ୍ନୋଲୋଜି

ଆଜିକାଲି ନୂତନ ଟେକ୍ନୋଲୋଜି ଦ୍ୱାରା ଗୋଟିଏ ପରେ ଗୋଟିଏ ଆବିଷ୍କାର କରାଯାଉଛି, ଯେପରି ଲୋକଙ୍କ ଜୀବନ ଆହୁରି ଆରାମଦାୟକ ହୋଇପାରିବ। କିନ୍ତୁ କେବେ କେବେ ଏମିତି ବି ଜିନିଷର ଆବିଷ୍କାର କରାଯାଏ, ଯାହା ବିଷୟରେ ଶୁଣିଲେ ଆମେ ଆଶ୍ଚଯ୍ୟର୍ ହୋଇ ରହିଯାଉ। ଏମିତି ଏକ ବଲ୍‌ବ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି।

bal2

ଏଭଳି ଅଦ୍ଭୁତ ଧରଣର ବଲ୍‌ବକୁ ଜାପାନର ୟୁଟ୍ୟୁବର ମାରିନା ଫୁଜିବାରା ଆବିଷ୍କାର କରିଛନ୍ତି। ଏହି ବଲ୍‌ବ ନା ବିଦ୍ୟୁତ୍‌ ସଂଯୋଗରେ ଜଳିଥାଏ ନା ଅନ୍ୟ କୌଣସି ଶକ୍ତି ଉତ୍ସରୁ। ଏହି ବଲ୍‌ବ ସେତେବେଳେ ଜଳିଥାଏ, ଯେତେବେଳେ କେହି କପଲ୍‌ ସୋସିଆଲ ମିଡିଆରେ ବ୍ରେକ୍‌ଅପ ବିଷୟରେ ଘୋଷଣା କରିଥାଆନ୍ତି।

ସାଧାରଣତଃ ବ୍ରେକ୍‌ଅପ ପରେ ମଣିଷ ଭିତରୁ ଭାଙ୍ଗିପଡ଼ିଥାଏ। ତା’ ହୃଦୟର ବତୀ ବନ୍ଦ ହୋଇଯାଏ। ଏହି କଥାକୁ ନଜରରେ ରଖି ଜଣେ ମହିଳା ଏଭଳି ଅଜବ ଉପାୟ ବାହାର କରିଛନ୍ତି ଏବଂ ଏହାଦ୍ୱାରା ସେ ଏମିତି ବଲ୍‌ବ ଆବିଷ୍କାର କରିଛନ୍ତି।

bal4

ଏହା ମାଧ୍ୟମରେ ମାରିନା ସାରା ଦୁନିଆକୁ ମେସେଜ୍‌ ଦେଇଛନ୍ତି ଯେ ବ୍ରେକ୍‌ଅପ ପରେ ବି ଆପଣ ନିରାଶା ରୂପକ ଅନ୍ଧକାରରେ ନ ବୁଡ଼ନ୍ତୁ। ଆପଣଙ୍କ ପାଇଁ ରିଲେଶନଶିପ୍‌ର ସମ୍ଭାବନା ଏଇଠି ଶେଷ ହୋଇଯାଇନାହିଁ। କେବଳ ଏତିକି ନୁହେଁ, ଏହି ବଲ୍‌ବ ବିଶେଷ କରି ସେହି ଲୋକଙ୍କ ପାଇଁ ତିଆରି କରାଯାଇଛି, ଯେଉଁମାନେ ସିଙ୍ଗଲ ରହିବାକୁ ବାଧ୍ୟ ହୁଅନ୍ତି। ଏହା ସେମାନଙ୍କୁ କିଛି ସମୟ ପାଇଁ ମାନସିକ ଶାନ୍ତି ଦେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.