Below header

ବଜେଟ ୨୦୧୯ : ସୁଧହାର ପଇଠରେ ହେଉଛି ସବୁଠାରୁ ଅଧିକ ଖର୍ଚ୍ଚ

ମୋଟ ୨୭ ଲକ୍ଷ ୮୬ ହଜାର ୩୪୯ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ। ସବୁଠାରୁ ଅଧିକ ଖର୍ଚ୍ଚ ହେଉଛି, ସୁଧହାର ପଇଠରେ। ଏଥିରେ ୬ ଲକ୍ଷ ୬୦ ହଜାର ୪୭୧ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହାପରେ ପ୍ରତିରକ୍ଷା ଖର୍ଚ୍ଚ ଅଧିକ ରହିଛି। ୩ ଲକ୍ଷ ୫ ହଜାର ୨୯୬ କୋଟି ଟଙ୍କା ରହିଛି ପ୍ରତିରକ୍ଷା ଖର୍ଚ୍ଚ। ସେହିପରି ସବସିଡି ବାବାଦକୁ ମଧ୍ୟ ଅଧିକ ଖର୍ଚ୍ଚ ହେଉଛି। ଏଥିରେ ବ୍ୟୟ ହେଉଛି ୩ ଲକ୍ଷ ୧ ହଜାର ୬୯୪ କୋଟି ଟଙ୍କା।

କୃଷି ଓ ଆନୁସଙ୍ଗିକ କ୍ଷେତ୍ର ଲାଗି ୧ ଲକ୍ଷ ୫୧ ହଜାର ୫୧୮ କୋଟି ଟଙ୍କା ଓ ଗୃହ ବିଭାଗ ଲାଗି ୧ ଲକ୍ଷ ୩ ହଜାର ୯୨୭ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଗ୍ରାମୀଣ ବିକାଶ ପାଇଁ ୧ଲକ୍ଷ ୪୦ ହଜାର ୭୬୨ କୋଟି ଟଙ୍କା ଖର୍ଚ୍ଚ ହେବ। କେନ୍ଦ୍ର ବଜେଟରୁ ରାଜ୍ୟକୁ ଯିବ ୧ ଲକ୍ଷ ୫୫ ହଜାର ୪୪୭ କୋଟି ଟଙ୍କା। ଗମନାଗମନ ଲାଗି ୧ ଲକ୍ଷ ୫୭ ହଜାର ୪୩୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହି ହିସାବକୁ ଦେଖିଲେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ କମ ରହିଛି। ଶିକ୍ଷା ପାଇଁ ୯୪ ହଜାର ୮୫୪ ଓ ସ୍ୱାସ୍ଥ୍ୟ ପାଇଁ ୬୪ ହଜାର ୯୯୯ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.