ଯାଜପୁର: ଛତିଆ ଅମରାବତି ମଠ ପଛ ପାର୍ଶ୍ବରେ ଏକ ଗଳିତ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳୁ କିଛି ସ୍ଥାନୀୟ ଲୋକଙ୍କୁ ମଠ ପାର୍ଶ୍ୱ ଦୁର୍ଗନ୍ଧ ହେବାରୁ ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ବୈରୀ ପୋଲିସ ପହଞ୍ଚି ସେଠାରୁ ଏକ ଗଳିତ ଶବକୁ ଉଦ୍ଧାର କରିଥିଲା। ପ୍ରାଥମିକ ସ୍ଥିତିରୁ ଏହି ମରଶରୀରଟି ୫ ଦିନ ହେବ ଏଠାରେ ପଡିରହିଛି ଓ ସେହି ବ୍ୟକ୍ତିଙ୍କ ବୟସ ପାଖାପାଖି ୩୦ରୁ ୩୫ ବର୍ଷ ହେବ ବୋଲି ପୋଲିସ ଅନୁମାନ କରୁଛି। ତେବେ ଏହି ବ୍ୟକ୍ତି ଜଣଙ୍କର କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଛି ତାହା ଜଣା ପଡିନାହିଁ।