ସରକାରଙ୍କ ନୂଆ ସ୍କିମ୍‌, ଏବେ ଜିନିଷ କିଣିବା ପରେ ଦୋକାନୀଠାରୁ ରସିଦ ନେଲେ ମିଳିବ ନଗଦ ପୁରସ୍କାର ରାଶି

୧ ଏପ୍ରିଲ,୨୦୨୦ରୁ ଏକ ସରଳ ଜିଏସ୍‌ଟି ରିଟର୍ଣ୍ଣ ଲାଗୁ କରାଯିବ। ସଂସଦରେ ଆଜି ୨୦୨୦-୨୧ର କେନ୍ଦ୍ରୀୟ ବଜେଟ୍‌ ପ୍ରସ୍ତୁତ କରିବା ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଏନେଇ ଏବେ ବିଚାର କରାଯାଉଛି। ଏଥିରେ ରିଟର୍ଣ୍ଣ କରିବା ଖୁବ୍‌ ସହଜ ହେବ। ଏଥିରେ ଶୂନ୍ୟ ରିଟର୍ଣ୍ଣ ପାଇଁ ଏସ୍‌ଏମ୍‌ଏସ୍‌ ଆଧାରିତ କାଉନ୍‌ସିଲିଂ, ସମୟ ପୂର୍ବରୁ ରିଟର୍ଣ୍ଣ ଫାଇଲିଂ, ଆଡଭାନ୍ସ ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ୍‌ ଫ୍ଲୋ ଓ ସମସ୍ତ ସରଳୀକରଣ ସାମିଲ ରହିଛି। ଅର୍ଥମନ୍ତ୍ରୀ କହିଛନ୍ତି ରିଫଣ୍ଡ ପ୍ରକ୍ରିୟାକୁ ଆହୁରି ସରଳୀକରଣ କରାଯାଇଛି ଓ ମାନବ ହସ୍ତକ୍ଷେପ ବିନା ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରିହେବ।

Image result for gst

ସୀତାରମଣ କହିଛନ୍ତି କର ଦାତାଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭେରିଫିକେସନ୍‌ ଓ କମ୍ପ୍ଲିଆନ୍ସକୁ ଉନ୍ନତ କରାଯାଇଛି। ଉପଭୋକ୍ତା ଇନ୍‌ଭଏସ୍‌ ପାଇଁ କ୍ୟୁଆର କୋଡ୍‌ ବ୍ୟବହାର କରିପାରିବେ। କ୍ୟୁଆର୍‌ କୋଡ୍‌ ମାଧ୍ୟମରେ ପେମେଣ୍ଟ କଲେ ଜିଏସ୍‌ଟି ମାନଦଣ୍ଡ ଦେଖାଇବ ବୋଲି ସେ କହିଛନ୍ତି।

ଅର୍ଥମନ୍ତ୍ରୀ ଇନ୍‌ଭଏସ୍‌ ମାଗିବା ଲାଗି ଭପଭୋକ୍ତାଙ୍କୁ ପ୍ରୋତ୍ସାହିତ କରିବା ଲାଗି ପୁରସ୍କାର ମଧ୍ୟ ଘୋଷଣା କରିଛନ୍ତି। ଇନ୍‌ଭଏସ୍‌ ଓ ଇନ୍‌ପୁଟ କରି ମେଲ କରାଯିବା ପରେ ୧୦ ପ୍ରତିଶତ ରିଟର୍ଣ୍ଣ ମିଳିବ।

Image result for gst

ଅର୍ଥମନ୍ତ୍ରୀ କହିଛନ୍ତି ଯେ ଇଲେକ୍ଟ୍ରୋନିକ ଇନ୍‌ଭଏସ୍‌ରେ ସମସ୍ତ ଡାଟା ଇଲେକ୍ଟୋନିକ୍ସ ଉପାୟରେ ସଂରକ୍ଷିତ ରଖାଯାଇପାରିବ। ଏହାକୁ ଚଳିତ ମାସରୁ ଆରମ୍ଭ କରାଯିବ। ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଦ୍ୱାରା ଜିଏସ୍‌ଟି ରିଟର୍ଣ୍ଣ ଫାଇଲିଂ ସହଜ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.