Below header

୪୦ ହଜାର ଟଙ୍କାରେ କିଣନ୍ତୁ TVS, Hero, Yamaha ଏବଂ Bajaj ବାଇକ୍‌, ଜାଣନ୍ତୁ ଡିଟେଲରେ ସବୁକିଛି

ଯଦି ଆପଣ ସୀମିତ ବଜେଟରେ ଭଲ ବାଇକ କିମ୍ବା ସ୍କୁଟର କିଣିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ ସେକେଣ୍ଡ ହ୍ୟାଣ୍ଡ ବାଇକ କିମ୍ବା ସ୍କୁଟର କିଣିବା ଉଚିତ। ସବୁବେଳେ ଲୋକଙ୍କୁ ଲାଗିଥାଏ ଯେ ସେକେଣ୍ଡ ହ୍ୟାଣ୍ଡ ବାଇକ କିଛି ଖାସ୍‌ ଭଲ ହୋଇନଥାଏ। କିନ୍ତୁ ଆମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଯେତେବେଳେ ଆପଣ ଭଲ ଭାବରେ ଯାଞ୍ଚ କରିବେ ତାହେଲେ ଆପଣ ସେକେଣ୍ଡ ହ୍ୟାଣ୍ଡ ବାଇକରେ ନିଜ ଆବଶ୍ୟକ ଅନୁସାରେ ଭଲ ବାଇକ୍‌ ଖୋଜିପାରିବେ।

ଏବେ ଲୋକଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ଭଲ ସେକେଣ୍ଡ ହ୍ୟାଣ୍ଡ ବାଇକ ପାଇଁ କେଉଁଠି ସମ୍ପର୍କ କରିବେ। ତାହେଲେ ଆମେ ଆପଣଙ୍କ ଏହି ସମସ୍ୟାର ସମାଧାନ ଜଣାଇବୁ। ଆପଣ କମର୍ସିଆଲ ସପିଙ୍ଗ୍‌ ସାଇଟ https://droom.in/ ଜରିଆରେ ଭଲ ସେକେଣ୍ଡ ହ୍ୟାଣ୍ଡ ବାଇକ କିଣିପାରିବେ। କମ୍ପାନୀର ଏହି https://droom.in/ େଓ୍ଵବସାଇଟରେ ଆପଣଙ୍କୁ ଅଲଗା ଅଲଗା କମ୍ପାନୀର ଅନେକ ବାଇକ ମିଳିଯିବ। ଯାହା ବିଷୟରେ ଆପଣଙ୍କୁ ଡିଟେଲ ବିବରଣୀ ବି ମିଳିଯିବ। ଆମେ ଆପଣଙ୍କ ସାମ୍ନାରେ ସେକେଣ୍ଡ ହ୍ୟାଣ୍ଡ ବାଇକର ଡିଟେଲ ଜଣାଇବୁ।

Bajaj V15 

ବଜାଜର ଏହି ବାଇକ ଆପଣଙ୍କୁ ପ୍ରଥମ ମାଲିକ ଠାରୁ କେବଳ ୪୦ ହଜାର ଟଙ୍କାରେ ମିଳିବ। ଏହି ବାଇକରେ ଆପଣଙ୍କୁ ୧୫୦ସିସି ଇଞ୍ଜିନ ମିଳିବ। ସେହିପରି ଏହି ବାଇକ ୨୦୧୬ ମଡେଲର ଅଟେ, ଯାହା ୩୦୫୦୦ କିଲୋମିଟର ଚାଲିଛି। ଏହାସହିତ ବାଇକର ମାଲିକଙ୍କ ପାଖରେ ବାଇକର ଆରସି ଏବଂ ଇନସୁରାନ୍ସ ମହଜୁଦ ରହିଛି।

ବଜାଜ ପଲସର

ବଜାଜର ଏହି ବାଇକକୁ ଆପଣ ସେକେଣ୍ଡ ଅନରଙ୍କ ଠାରୁ ମାତ୍ର ୩୦ ହଜାର ଟଙ୍କାରେ କିଣିପାରିବେ। ଏହି ବାଇକ ୨୦୧୪ର ମଡେଲ ଅଟେ। ଯେଉଁଥିରେ ଆପଣଙ୍କୁ ୧୫୦ସିସି ଇଞ୍ଜିନ ମିଳିବ। ସେହିପରି ଏହି ବାଇକ ମୋଟ ୩୯୦୦୦ କିମି ଚାଲିଛି। ଏହାସହିତ ଏହି ବାଇକ ସେକେଣ୍ଡ ଅନର ପାଖରେ ସମସ୍ତ କାଗଜପତ୍ର ମହଜୁଦ ରହିଛି।

ଟିଭିଏସ୍‌ ଷ୍ଟାର ସିଟି

ଟିଭିଏସର ଏହି ବାଇକ ଅଧିକ ଟିକେ ପୁରୁଣା। ଏହା ୨୦୦୭ର ମଡେଲ। ଯାହାକୁ ଆପଣ ଫାଷ୍ଟ ଅନର ଠାରୁ ୨୩୦୦୦ ଟଙ୍କାରେ କିଣିପାରିବେ। ସେହିପରି ଏହି ବାଇକ ମୋଟ ୨୮୯୮୬ କିଲୋମିଟର ଚାଲିଛି।

ହିରୋ ସ୍ପେଲଣ୍ଡର ପ୍ଲସ

ହିରୋ ମୋଟୋକର୍ପ ଏହି ବାଇକକୁ ଆପଣ ଫାଷ୍ଟ ଅନର ଠାରୁ କେବଳ ୩୪,୮୦୦ ଟଙ୍କାରୁ କିଣିପାରିବେ। ଏହି ବାଇକ ୨୦୧୬ର ମଡେଲ ଅଟେ, ଯାହାକୁ କମ୍ପାନୀ ୧୦୦ସିସି ଇଞ୍ଜିନ ଦେଇଛି। ସେହିପରି ଏହି ବାଇକ ମୋଟ ୨୪,୫୫୬ କିମି ଚାଲିଛି। ଏହାସହିତ ଏହାର ଫାଷ୍ଟ ମାଲିକ ପାଖରେ ଏହାର ଆରସି କପି ମହଜୁଦ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.