ଆଶ୍ଚର୍ଯ୍ୟ! ଆମେରିକାର ଏହି ମହିଳା ଗୋଟିଏ ବର୍ଷରେ ହେଲେ ଦୁଇଥର ଗର୍ଭବତୀ, ଦେଲେ ୪ ସନ୍ତାନଙ୍କୁ ଜନ୍ମ

ପ୍ରତ୍ୟେକ ମହିଳା ମାଆ ହେବା ପାଇଁ ସ୍ୱପ୍ନ ଦେଖିଥାଆନ୍ତି। ଗର୍ଭାବସ୍ଥା ଏକ ସମ୍ବେଦନଶୀଳ ତଥା କଠିନ ସମୟ ହୋଇଥାଏ। ଏହି ସମୟରେ ମହିଳାମାନେ ଅନେକ ସମସ୍ୟା ଦେଇ ଗତି କରିଥାଆନ୍ତି। ପ୍ରେଗ୍‌ନାନ୍ସିରୁ ନେଇ ଡେଲିଭରି ପର୍ଯ୍ୟନ୍ତ ମହିଳାଙ୍କ ଶରୀରରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ ହୋଇଥାଏ। ସାଧାରଣତଃ ମହିଳାମାନେ ଗୋଟିଏ ବର୍ଷରେ କେବଳ ଗୋଟିଏ ଥର ହିଁ ଗର୍ଭବତୀ ହୋଇଥାଆନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ବର୍ଷରେ ଦୁଇଥର ଗର୍ଭବତୀ ହୋଇଛନ୍ତି। ସେ ଦୁଇ ଦୁଇଟି ଯାଅାଁଳା ଛୁଆଙ୍କୁ ଜନ୍ମ ମଧ୍ୟ ଦେଇଛନ୍ତି।

ମହିଳା ଜଣକ ଆମେରିକାର ଫ୍ଲୋରିଡାରେ ରୁହନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଦୁଇଥର ଯାକ ମହିଳା ଏକସାଥୀରେ ଦୁଇ ଦୁଇଟି ଯାଅାଁଳା ଛୁଆଙ୍କୁ ଜନ୍ମ ଦେଇଛନ୍ତି। ଏହି କ୍ରମରେ ସେ ୪ଟି ଛୁଆଙ୍କୁ ଜନ୍ମ ଦେଇଛନ୍ତି। ମହିଳାଙ୍କ ନାଁ ଆଲେକ୍ସଜ୍ୟାଣ୍ଡ୍ରିଆ ଭୋଲିଷ୍ଟନ୍‌। ଗୋଟିଏ ବର୍ଷରେ ୪ ଛୁଆର ମା’ ହେବା ପରେ ଆଲେକ୍ସଜ୍ୟାଣ୍ଡ୍ରିଆ କହିଛନ୍ତି, ‘ମୋତେ ଏମିତି ଅନୁଭବ ହେଉଛି, ଯେମିତି ଦୁଇଥର ଯାକ ମୁଁ ପୁରସ୍କାର ଜିତିଛି।’

ତେବେ ମହିଳା ପ୍ରଥମେ ଡିସେମ୍ବରରେ ଯାଅାଁଳା ଛୁଆଙ୍କୁ ଜନ୍ମ ଦେବା ପରେ ମେ’ରେ ପୁଣି ଗର୍ଭବତୀ ହୋଇଥିଲେ। ସେତେବେଳେ ଡାକ୍ତର ତାଙ୍କୁ କହିଥିଲେ କି, ସେ ପୁଣିଥରେ ଯାଅାଁଳା ଛୁଆଙ୍କୁ ଜନ୍ମ ଦେବାର ସମ୍ଭାବନା ରହିଛି। ତେବେ ପୂର୍ବରୁ ମଧ୍ୟ ଇଂଲଣ୍ଡରୁ ଠିକ୍‌ ଏମିତି ହିଁ ଏକ ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାରେ ମହିଳା ୩ ସନ୍ତାନଙ୍କୁ ଜନ୍ମ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.