Below header

କାର୍‌ କିଣିବାକୁ ମନସ୍ଥ କରିଛନ୍ତି ତ ଜଲଦି କିଣନ୍ତୁ, ଆସନ୍ତା ମାସ ହୋଇଯାଉଛି ମହଙ୍ଗା

Kia, Hyundai, Maruti Suzuki, MG ଏବଂ Mahindra ଘୋଷଣା କରିସାରିଛନ୍ତି ଯେ ଜାନୁଆରୀରେ ସମସ୍ତ କମ୍ପାନୀର କାରର ଦାମ୍ ବଢ଼ିବ। ସବୁବେଳେ ଜାନୁଆରୀ ମାସରେ ହିଁ କାର କମ୍ପାନୀ ଗାଡ଼ିର ଦାମ ବୃଦ୍ଧି କରନ୍ତି। ତାହେଲେ ଆସନ୍ତୁ ନଜର ପକାଇବା ସେହି କାର ନିର୍ମାଣକାରୀ କମ୍ପାନୀ ଉପରେ ଯାହା ଜାନୁଆରୀରେ ନିଜର କାରକୁ ମହଙ୍ଗା କରିବାକୁ ଯାଉଛନ୍ତି।

କିଆ ବଢ଼ାଇବ ଏସୟୁଭି ଏବଂ ଏମପିଭି

କିଆ ବହୁତ କମ୍ ସମୟ ମଧ୍ୟରେ ଭାରତରେ ଖୁବ୍ ଲୋକପ୍ରିୟତା ହାସଲ କରିପାରିଛି। ଏହି କମ୍ପାନୀ ମଧ୍ୟ ଆସନ୍ତା ବର୍ଷ ଅର୍ଥାତ୍ ପ୍ରଥମ ମାସ ଜାନୁଆରୀରେ ନିଜ କାରର ଦାମ୍ ବଢ଼ାଇବାକୁ ଯାଉଛି।

ହ୍ୟୁଣ୍ଡାଇ ବି ବଢ଼ାଇବ ଦାମ୍

ମାରୁତି ପରେ ଏହା ଦେଶର ସବୁଠାରୁ ପପୁଲାର କାର କମ୍ପାନୀ। ଏହି କମ୍ପାନୀର କାରକୁ ଭାରତରେ ବହୁତ ପସନ୍ଦ କରାଯାଉଛି। ଆସନ୍ତା ମାସରୁ ହ୍ୟୁଣ୍ଡାଇ କାର୍ କିଣିବା ଆପଣଙ୍କ ପାଇଁ ବହୁତ ମହଙ୍ଗା ହୋଇପାରେ। କାହିଁକିନା କମ୍ପାନୀ ନିଜର କାରର ଦାମକୁ ବଢ଼ାଇ ଦେଇଛି।

GADIମାରୁତି ସୁଜୁକି

ମାରୁତି ସୁଜୁକି ଦେଶର ସବୁଠାରୁ ପପୁଲାର ଅଟୋମୋବାଇଲ୍ କମ୍ପାନୀ। ଦାମ୍ ବଢ଼ାଇବା ମାମଲାରେ ଏହି କମ୍ପାନୀ ମଧ୍ୟ ପଛଘୁଞ୍ଚା ଦେଇନାହିଁ। ଜାନୁଆରୀରେ ମାରୁତି କାର ମଧ୍ୟ ମହଙ୍ଗା ହେବାକୁ ଯାଉଛି।

ଏହି କମ୍ପାନୀ ମଧ୍ୟ ବଢ଼ାଇବ ଦାମ୍

ଏହି ପ୍ରମୁଖ କମ୍ପାନୀ ବ୍ୟତୀତ ଆହୁରି ଅନେକ କମ୍ପାନୀ ମଧ୍ୟ ଦାମ୍ ବଢ଼ାଉଛନ୍ତି। ଏଥିରେ ବିଏମଡବଲ୍ୟୁ, ଫୋର୍ଡ, ନିସାନ, ଡ୍ୟାଟସନ୍ ଏବଂ ଫକ୍ସଓ୍ଵାଗନ ଭଳି କମ୍ପାନୀ ମଧ୍ୟ ଦର ବୃଦ୍ଧି କରିବ। ଏହାର ଅର୍ଥ ଯଦି ଆପଣ କାର୍ କିଣିବାକୁ ଭାବୁଛନ୍ତି ତାହେଲେ ଡିସେମ୍ବର ହିଁ କିଣିଦିଅନ୍ତୁ, ଆପଣ ଫାଇଦାରେ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.