ଖଲ୍ଲିକୋଟର ଭେଜିପୁଟ ମୁକ୍ତେଶ୍ୱର ମନ୍ଦିର ନିକଟରୁ ଲୁଟ୍, ବନ୍ଧୁକ ମୁନରେ ଗାଡି ଭିତରୁ ଝାମ୍ପିନେଲେ ୫ ଲକ୍ଷ

ବ୍ରହ୍ମପୁର: ଖଲ୍ଲିକୋଟରେ ବନ୍ଧୁକ ମୁନରେ ୫ ଲକ୍ଷ ଲୁଟ୍‌ । ଖଲ୍ଲିକୋଟ ଭେଜିପୁଟ ମୁକ୍ତେଶ୍ୱର ମନ୍ଦିର ନିକଟରୁ ଲୁଟ୍‌ ହୋଇଛି । ସ୍ୱସ୍ତି ରିସର୍ଟର ଜଣେ କର୍ମଚାରୀ ଟଙ୍କା ଜମା କରିବାକୁ ଟାଟା ମ୍ୟାଜିକ୍‌ ଗାଡ଼ିରେ ବ୍ୟାଙ୍କ ଯାଉଥିବାବେଳେ ଲୁଟ୍‌ ନେଇ ଅଭିଯୋଗ ହୋଇଛି ।

ସୂଚନା ଥାଉକି,  ବାଲେଶ୍ବର ଜାତୀୟ ରାଜପଥ ବଣ ପାରିଆ ଷ୍ଟେଟ ବ୍ୟାଙ୍କ ନିକଟରେ ମଧ୍ଯ ଗୁଳିମାଡ଼ କରି ଏକ କମ୍ପାନୀର ଆକାଉଣ୍ଟାଣ୍ଟଙ୍କ ଠାରୁ ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା।  ଦୁର୍ବୃତ୍ତ ମାନେ ଆକାଉଣ୍ଟାଣ୍ଟଙ୍କ ଗୋଡ଼କୁ ଗୁଳି ମାଡ଼ କରି ଟଙ୍କା ଛଡ଼ାଇ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.