ସ୍ୱପ୍ନରେ ଏସବୁ ଜୀବଜନ୍ତୁଙ୍କୁ ଦେଖୁଥିଲେ ମିଳିବ ଅପାର ଧନ, ସ୍ୱପ୍ନଶାସ୍ତ୍ରରେ ରହିଛି ଏହି ମାନ୍ୟତା

ସ୍ୱପ୍ନ ଶାସ୍ତ୍ର ଅନୁସାରେ, ସ୍ୱପ୍ନ ଆମକୁ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ଘଟଣାର ସଙ୍କେତ ଦେଇଥାଏ। ବେଳେବେଳେ ଆମେ ସ୍ୱପ୍ନରେ ଜୀବଜନ୍ତୁ ଓ ପଶୁପକ୍ଷୀଙ୍କୁ ଦେଖିଥାଉ। ଏସବୁ ସ୍ୱପ୍ନର ସମ୍ପର୍କ ଆମ ଭାଗ୍ୟ ସହ ମଧ୍ୟ ଯୋଡ଼ି ହୋଇଥାଏ। ମାନ୍ୟତା ରହିଛି ଯେ ଯଦି ଆମେ କେତେକ ନିର୍ଦ୍ଦିଷ୍ଟ ଜୀବଜନ୍ତୁଙ୍କୁ ସ୍ୱପ୍ନରେ ଦେଖିଥାଉ ତେବେ ଏହା ଆମକୁ ଭବିଷ୍ୟତରେ ମିଳିବାକୁ ଥିବା ଧନର ସଙ୍କେତ ଦେଇଥାଏ।
ସ୍ୱପ୍ନରେ ଗାଈ ଦେଖୁଥିଲେ:
ସ୍ୱପ୍ନରେ ଗାଈ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାର ତାତ୍ପର୍ଯ୍ୟ ବ୍ୟକ୍ତିଙ୍କୁ ସଫଳତା ମିଳିବା ହୋଇଥାଏ। ଯଦି ସ୍ୱପ୍ନରେ ଗାଈ କ୍ଷୀର ଦେଉଥିବା ଦେଖୁଛନ୍ତି ତେବେ ଏହା ଭବିଷ୍ୟତରେ ଆସିବାକୁ ଥିବା ସୁଖ ସମୃଦ୍ଧିର ସଙ୍କେତ।
ହାତୀ ଦେଖୁଥିଲେ:
ଏହାର ଅର୍ଥ ଭବିଷ୍ୟତରେ ଆପଣଙ୍କୁ ଐଶ୍ୱର୍ଯ୍ୟ ଓ ସମୃଦ୍ଧି ମିଳିବ।
ପେଚା ଦେଖୁଥିଲେ:
ପେଚା ମହାଲକ୍ଷ୍ମୀଙ୍କ ବାହନ ହୋଇଥିବାରୁ ଏହି ସ୍ୱପ୍ନର ଅର୍ଥ ଆପଣଙ୍କୁ ଧନ ଲାଭ ହେବ।
ମାଛ ଦେଖୁଥିଲେ:
ସ୍ୱପ୍ନରେ ମାଛ ଦେଖିବାର ଅର୍ଥ ଭବିଷ୍ୟତରେ ଆପଣଙ୍କ ଉପରେ ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ବର୍ଷା ହେବ।