ଅଚାନକ ଏକ୍ସ-ବୟଫ୍ରେଣ୍ଡ କୁଶଲଙ୍କୁ ଭେଟିଲେ ନବବିବାହିତା ଗୌହର ଖାନ୍‌, ତା’ପରେ ଏମିତି ଦେଲେ ରିଆକ୍ସନ୍‌; ଦେଖନ୍ତୁ ଭିଡିଓ

ବିଗ୍‌ବସ୍‌ ବିଜେତା ଗୌହର ଖାନ୍‌ ନିକଟରେ ଜୈଦ୍‌ ଦରବାରଙ୍କୁ ବିବାହ କରିଛନ୍ତି। ବିବାହର ୨ ଦିନ ପରେ ହିଁ ସେ କାମକୁ ଫେରିଆସିଛନ୍ତି। ଗୌହର ସୁଟିଂ ପାଇଁ ଲକ୍ଷ୍ନୌ ଯାଉଥିବା ବେଳେ ତାଙ୍କ ସହ କିଛି ଏମିତି ହେଲା ଯାହା ସେ କେବେ ବି ଚିନ୍ତା କରିନଥିଲେ। ଗୌହର ଫ୍ଲାଇଟ୍‌ରେ ନିଜ ଏକ୍ସ-ବୟଫ୍ରେଣ୍ଡ କୁଶଲ ଟଣ୍ଡନଙ୍କୁ ଭେଟିଛନ୍ତି। ଉଭୟେ ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଏନେଇ ସୂଚନା ଦେଇଛନ୍ତି। ତାଙ୍କ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି।

 

View this post on Instagram

 

A post shared by Celeb Mode (@celeb.mode)


କୁଶଲ ଟଣ୍ଡନ ଇନ୍‌ଷ୍ଟାଗ୍ରାମ୍‌ରେ ଷ୍ଟାଟସ ସେୟାର କରି କହିଛନ୍ତି, ମୁଁ ମୋ ଘରକୁ ଯାଉଥିଲି। ଆମେ ଅଚାନକ ଭେଟ ହେଲୁ, ମୋ ପାଖରେ ବସିଛନ୍ତି କିନ୍ତୁ ମୁଁ ତାଙ୍କୁ ଜମା ଚାହୁଁନାହିଁ। ମୁଁ ତାଙ୍କ ପାଇଁ ବହୁତ ଖୁସି। ସେ ଖୁବ୍‌ ସୁନ୍ଦର ଲାଗୁଛନ୍ତି। ଏହା ପରେ ସେ ଗୌହରଙ୍କୁ କହୁଛନ୍ତି, ବୋଧେ ମୋତେ ଆପଣଙ୍କୁ ସତରେ ଅଭିନନ୍ଦନ ଜଣାଇବାର ଥିଲା।

 

View this post on Instagram

 

A post shared by GAUAHAR KHAN (@gauaharkhan)

ସୂଚନାଯୋଗ୍ୟ ଯେ ଗୌହର ଓ କୁଶଲ ଲୋକପ୍ରିୟ ରିୟାଲିଟି ଶୋ’ ବିଗ୍‌ବସ୍‌ ୭ରେ ଅଂଶଗ୍ରହଣ କରିଥିଲେ। ଘର ଭିତରେ ଥିବା ବେଳେ ହିଁ ଉଭୟେ ଉଭୟଙ୍କୁ ଭଲ ପାଇ ବସିଥିଲେ। ଗୌହର ଶୋ’ ଜିତିଥିଲେ ଓ ଘରୁ ବାହାରିବା ପରେ ବି ଉଭୟଙ୍କ ମଧ୍ୟରେ ସମ୍ପର୍କ ରହିଥିଲା। କିନ୍ତୁ କିଛି ଦିନ ପରେ ଉଭୟଙ୍କ ବ୍ରେକ୍‌ଅପ୍‌ ହୋଇଯାଇଥିଲା। ଡିସେମ୍ବର ୨୫ରେ ଗୌହର ଜୈଦ ଦରବାରଙ୍କୁ ବିବାହ କରିଛନ୍ତି। ତାଙ୍କ ବିବାହ ଓ ରିସେପସନ୍‌ ବେଳର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.