ନବବଧୂକୁ ନିଯ୍ଯାତନା: ମାଡ ମାରିବା ପରେ ହାତଗୋଡ ବାନ୍ଧି ଡୋଲି ଭିତରେ ପକାଇଦେଲେ ଶାଶୁ ଘର ଲୋକେ

ଭଞ୍ଜନଗର: ଗଂଜାମ ଜିଲ୍ଲା ବୁଗୁଡା ଥାନା ମଙ୍ଗରାଜପୁର ଡାଙ୍ଗି ସାହିରେ ଏକ ଅଭାବନୀୟ ଘଟଣା ସମ୍ନାକୁ ଆସିଛି । ଶାଶୁ ଘର ଲୋକେ କେତେ ଯେ ନିର୍ଦ୍ଦୟ ହୋଇପାରନ୍ତି ତାହା ପ୍ରମାଣ ମିଳିଛି । ସୂଚନା ଅନୁଯାୟୀ ଗଲା ଆଠ ମାସ ତଳେ ବିବାହ ହୋଇଥିବା ଜଣେ ନବବଧୂଙ୍କୁ ମାଡ ମାରିବା ସହ ହାତଗୋଡ ବାନ୍ଧି ଡୋଲିରେ ପକାଇ ଦେଇଥିବା ନେଇ ଶାଶୁ ଘର ଲୋକଙ୍କ ବିରୋଧରେ ଅଭିଯୋଗ ହୋଇଛି ।

ରାତି ତମାମ ନବବଧୂ ଜଣକ ଡୋଲିରେ ପଡିରହିଥିବା ବେଳେ ନବବଧୂଙ୍କ ପରିବାର ଲୋକେ ଓ ଗାଁ ଲୋକେ ତାଙ୍କୁ ଉଦ୍ଧାର କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର  ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣାରେ ପୋଲିସ୍ ୨ଜଣଙ୍କୁ ଅଟକ ରଖିଥିବାବେଳେ, ଘଟଣାର ପ୍ରକୃତ ସତ୍ଯାସତ୍ଯ ଜାଣିବା ପାଇଁ ତଦନ୍ତ କରୁଛି ପୋଲିସ୍ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.