ଏବେ ମୋବାଇଲ୍‌ରୁ ଜଣାପଡ଼ିବ ସୁନାର ଗୁଣବତ୍ତା, କେନ୍ଦ୍ର ସରକାର ଲଞ୍ଚ୍‌ କଲେ ଏହି ଆପ୍‌

ସୁନା କିଣିବା ବେଳେ ଆଉ ଭୟ କରିବାର ନାହିଁ । କାରଣ ଭାରତ ସରକାର ଲଞ୍ଚ୍‌ କରିଛନ୍ତି ସୁନା ଯାଞ୍ଚ କରିବାର ଆପ୍‌ । ଯାହା ଦ୍ୱାରା ଆପଣ ମୋବାଇଲ୍‌ ଆପ୍‌ ଜରିଆରେ ଆପଣଙ୍କ ସୁନା କେତେ ଖାଣ୍ଟି କି ଭେଜାଲ୍‌ ଜାଣିପାରିବେ । ଆସନ୍ତୁ ଜାଣିବା କ’ଣ ରହିଛି ଏହି ଆପ୍‌ରେ ।

gold-13

ସାରା ଦୁନିଆ ଏବେ ଭେଜାଲ୍‌ରେ ଚାଲିଛି । ଖାଦ୍ୟ ଠାରୁ ଆରମ୍ଭ କରି ପ୍ରସାଦନ ସାମଗ୍ରୀ ହେଉ ବା ଗହଣା । ସବୁଠି ଭେଜାଲ୍‌ । ବିଶେଷକରି ସୁନା ଗହଣା କିଣିବା ବେଳେ ଏହି ଭେଜାଲ୍‌ ସମସ୍ତଙ୍କୁ ବେଶୀ ପ୍ରଭାବିତ କରିଥାଏ । କାରଣ ସୁନାର ଏବେ ଯେଉଁ ଦାମ ରହିଛି । ଯଦି କ୍ୱାଲିଟିକୁ ନେଇ ଠକିଗଲେ ତେବେ ଫସିଗଲେ ବୋଲି ଜାଣ । ଏବେ ହଲ୍‌ମାର୍କ ସୁନାରେ ମଧ୍ୟ ଠକିବାର ଆଶଙ୍କା ରହିଛି ।

gold-12

ତେଣୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏବେ ଏପରି ଏକ ଆପ୍‌ ବାହାର କରିଛନ୍ତି ଯାହାକି ସୁନାର କ୍ୱାଲିଟି ବିଷୟରେ ସୂଚନା ଦେଇପାରିବ । ଏହି ଆପ୍‌ର ନାମ ରହିଛି ବିଆଇଏସ୍‌ । କେନ୍ଦ୍ର ମନ୍ତ୍ରୀ ରାମ ବିଳାସ ପାଶଓ୍ଵାନ୍‌ ଏହାକୁ ନିକଟରେ ଲଞ୍ଚ କରିଛନ୍ତି । ଯାହାକୁ ବ୍ୟବହାର କରି ଉପଭୋକ୍ତା ସୁନା ଆଇଏସ୍‌ଆଇ କିମ୍ବା ହଲ୍‌ମାର୍କ ଅଛି ଜାଣିପାରିବ । ଏହି ଆପ୍‌କୁ କୈାଣସି ବି ଆଣ୍ଡ୍ରଏଡ୍‌ ଫୋନ୍‌ରେ ଅପରେଟ୍‌ କରିହେବ ।

ଏଥି ସହିତ ଭାରତୀୟ ମାନକ ବ୍ୟୁରୋ(ବିଆଇଏସ୍‌)ର ୩ଟି ପୋର୍ଟାଲ ମଧ୍ୟ ଲଞ୍ଚ କରିଛନ୍ତି । ବିଆଇଏସ୍‌ ଦେଶର ମାନକ ନିରୁପଣ କରିବା ରାଷ୍ଟ୍ରୀୟମାନକ ମାପଦଣ୍ଡ । ୧୯୫୫ ମସିହାରୁ ଭାରତରେ ଏହି ମାନକର ଅନୁପାଳନ କରାଯାଇ ଆସୁଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.