ପୁରୀ : ଅନଲାଇନ କ୍ଲାସ ସମୟରେ ଫାଟିଲା ମୋବାଇଲ, ଆହତ ହେଲେ ଛାତ୍ରୀ

ପୁରୀ (କେନ୍ୟୁଜ): ଅନଲାଇନ କ୍ଲାସ ବେଳେ ଫାଟିଲା ମୋବାଇଲ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲାରେ‌ । ମିଳିଥିବା ସୂଚନା ଅନୁଯାୟୀ ଏହି ଛାତ୍ରୀ ଜଣକ ହେଉଛନ୍ତି ପୁରୀ ଜିଲ୍ଲା ଆଦର୍ଶନଗର ଅଂଚଳର ସପ୍ତମ ଶ୍ରେଣୀ ଛାତ୍ରୀ ରୁପ୍ସା ପଲାଇ । କରୋନା ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ବର୍ତ୍ତମାନ ବନ୍ଦ ରହିଛି ଯେଉଁ କାରଣରୁ ଅନଲାଇନ କ୍ଳାସ ସମୟରେ ନିଜ ଫୋନରୁ ଛାତ୍ରୀ ଜଣକ ଆସାଇନମେଣ୍ଟ ଲେଖୁଥିଲେ । ତେବେ ଏହି ସମୟରେ ବ୍ଲାଷ୍ଟ କରିଥିଲା ତାଙ୍କ ମୋବାଇଲ ଫୋନ । ବ୍ଲାଷ୍ଟ କାରଣରୁ ତାଙ୍କ ହାତ ମଧ୍ୟ ପୋଡ଼ିଯାଇଛି । କରୋନା କାଳରେ ସବୁ ସ୍କୁଲ କଲେଜ ବନ୍ଦ ଥିବାରୁ ଛାତ୍ରଛାତ୍ରୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଅଭିଭାବକମାନେ ନିଜ ପିଲାର ଅନଲାଇନ କ୍ଲାସ ସମୟରେ ସଚେତନ ରହିବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.