Below header

ବାଛୁରୀକୁ ମାରି ଭୋଜି କରି ଖାଇଲେ, ଧରାପଡ଼ି ଗାଁ ସଭାରେ ଆଣ୍ଠେଇଲେ ୫ ଯୁବକ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ବାଛୁରୀକୁ ମାରି ଭୋଜି କରି ଖାଇବା ପରେ ଧରାପଡ଼ି ଦଣ୍ଡିତ ହୋଇଛନ୍ତି ପାଞ୍ଚଜଣ। ବଣାମିରା ଗାଁର ୫ଜଣ ଯୁବକ ପାଳିବାକୁ ଏକ ବାଛୁରୀ କିଣିଥିଲେ। ତେବେ ଗତକାଲି ସେମାନେ ବାଛୁରୀକୁ ହତ୍ୟା କରି ଭୋଜି କରିଥିବା ଘଟଣା ଗ୍ରାମବାସୀ ଜାଣିବାକୁ ପାଇଥିଲେ। ସେହି ପାଞ୍ଚଜଣଙ୍କୁ ବ୍ୟକ୍ତିଙ୍କୁ ଡକାଯାଇ ଗ୍ରାମରେ ଏକ ସଭା ହକରାଯାଇଥିଲା। ସେଠାରେ ସେମାନେ ନିଜ ଦୋଷ ସ୍ୱୀକାର କରିଥିଲେ।

ଏହାସହ ସେମାନଙ୍କୁ ଗ୍ରାମବାସୀଙ୍କ ସମ୍ମୁଖରେ ଆଣ୍ଠେଇଦେବା ସହ ଭବିଷ୍ୟତରେ ଏପରି କାର୍ଯ୍ୟ କଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇ ଛାଡ଼ି ଦେଇଥିଲେ। ତେବେ ଏସଂପର୍କରେ ବନ୍ତଳା ପୋଲିସ ପାଖରେ କୌଣସି ସୂଚନା ନଥିବା ଜଣାପଡ଼ିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.