କେନ୍ଦ୍ର ସରକାରଙ୍କ ପାର୍ବଣ ଗିଫ୍ଟ, ସଠିକ ସମୟରେ EMI ଭରୁଥିବା ଗ୍ରାହକ ମାନଙ୍କୁ ମିଳିବ କ୍ୟାସବ୍ୟାକ ଅଫର

କେନ୍ଦ୍ର ସରକାର ଦୀପାବଳି ପୂର୍ବରୁ କରଜକାରୀ ମାନଙ୍କୁ ଏକ ବଡ ଗିଫ୍ଟ ଦେଇଛନ୍ତି  । ନିକଟରେ ସରକାର ଲୋନ ଉପରେ ଲୋନ ବା ମୋରାଟୋରିୟମ ଛାଡ କରିଥିବା ବେଳେ ଯେଉଁମାନେ ସମୟ ଅନୁସାରେ ଇଏମଆଇ ଦାଖଲ କରିଛନ୍ତି, ସେମାନଙ୍କ ପାଇଁ କ୍ୟାସବ୍ୟାକ ଅଫର ଘୋଷଣା କରିଛନ୍ତି  । ଆସନ୍ତା ନଭେମ୍ବର ୫ ତାରିଖ ସମୟ ଅବଧି ପର୍ଯ୍ୟନ୍ତ ଏହି ସରକାର କ୍ୟାସବ୍ୟାକ ଦେବେ  । ସୂଚନା ମୁତାବକ ଏହି ସରକାରଙ୍କ ତରଫରୁ ଦିଆଯିବାକୁ ଥିବା ଏହି କ୍ୟାସବ୍ୟାକ ଚକ୍ରବର୍ତ୍ତୀ ସୁଧ ଓ ସାଧାରଣ ସୁଧ ମଧ୍ୟବର୍ତ୍ତୀ ଅନ୍ତର ରାଶି ହେବ  । ଏହା ସହ କେନ୍ଦ୍ର ସରକାର ସମ୍ବନ୍ଧିତ ଦିଶା ନିର୍ଦ୍ଦେଶ ଗୁଡିକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି  । ଏହା ମାଧ୍ୟମରେ କେନ୍ଦ୍ର ସରକାର ମୋରାଟୋରିୟମର ସୁବିଧା ନେଉଥିବା ଓ ସୁବିଧା ନ ନେଇଥିବା ଉଭୟ ଗ୍ରାହକଙ୍କୁ ଫାଇଦା ମିଳିପାରିବ । ମୋରା ଟୋରିୟମର ଫାଇଦା ଉଠାଉ ଥିବା ଲୋକଙ୍କ ଇଏମଆଇ ଉପରେ ସୁଧ ଉପରେ ସୁଧକୁ ସରକାର ଛାଡ କରି ଦେଇଛନ୍ତି  ।

ମାର୍ଚ୍ଚ ୧ ରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ସମୟ ସୀମା ମଧ୍ୟରେ ଇଏମଆଇ ଟାଳି ଥିବା ବ୍ୟକ୍ତି ମାନଙ୍କୁ ସୁଧ ଉପରେ ସୁଧ ଦେବାକୁ ପଡିବ ନାହିଁ  । ଏହାସହ କରୋନା କାଳରେ ଠିକ ସମୟରେ ଇଏମଆଇ ଭରୁଥିବା ଗ୍ରାହକ ମାନଙ୍କୁ ମଧ୍ୟ ସରକାର ନଭେମ୍ବର ୫ ପର୍ଯ୍ୟନ୍ତ କ୍ୟାସବ୍ୟାକ ଅଫରର ସୁବିଧା ଦେବେ  । କିନ୍ତୁ ଏହା ମଧ୍ୟ ଜଣାଯାଇଛି କ୍ୟାସବ୍ୟାକର ରାଶି ମୋରାଟୋରିୟମ ରାଶି ତୁଳନାରେ କିଛିଟା କମ ରହିବ  । ଏକ ରିପୋର୍ଟରୁ ଜଣା ଯାଇଛିଯେ, ମୋରେଟୋରିୟମ ଓ କ୍ୟାସବ୍ୟାକ ଅଫର ପାଇଁ ସରକାରଙ୍କୁ ନିଜ ପାଣ୍ଠିରୁ ୬ ହଜାର ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେବ  ।

ଆଉ ମଧ୍ୟ ସରକାରଙ୍କ ତରଫରୁ ଜାରି ହୋଇଥିବା ଏହି ଅଫରର ଲାଭ ୮ ପ୍ରକରର ଲୋନ ଉପରେ ଲାଗୁ ହେବ । ଯେଉଁଥିରେ ହୋମଲୋନ, ଏମଏସଏମଇ ଲୋନ, ଅଟୋ ଲୋନ, କ୍ରେଡିଟ କାର୍ଡ, ଏଜୁକେସନ ଲୋନ, କଂଜୟୁମର କନ୍ଯପ୍ସନ ଲୋନ, ପ୍ରଫେସନାଲ ପର୍ସନାଲ ଲୋନ, କଂଜପସନ ଲୋନ ଆଦି ସାମିଲ ଅଛି ।  ଆଉ ଏଥିପାଇଁ ସରକାରଙ୍କ ତରଫରୁ ସର୍ତ୍ତ ରଖାଯାଇଛିକି ରୁଣକାରୀ ମାନେ ଫେବୃଆରୀ ୨୯ ପର୍ଯ୍ୟନ୍ତ ଗ୍ରାହକ ମାନେ ଡିଫଲଟର ନଥିବେ ।  ଆଉ ଋଣ ରାଶି ୨ କୋଟିରୁ କମ ହୋଇନଥିବ ।  ଆଉ ଏହି ଯୋଜନା ଲାଭ ମାର୍ଚ୍ଚ ୧ ତାରିଖରୁ ଆରମ୍ଭ କରି ଅଗଷ୍ଟ ମାସ ପର୍ଯ୍ୟନ୍ତ ଲାଭ ଉଠାଉଥିବା ଗ୍ରାହକ ମାନଙ୍କୁ ହିଁ ମିଳିପାରିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.