ଉପହାରରେ ମିଳିଥିଲା ହନିମୁନ ଟ୍ରିପ, କିନ୍ତୁ ପହଁଚିବା ପୂର୍ବରୁ ନବଦମ୍ପତିଙ୍କୁ ଉଠାଇନେଲା ପୋଲିସ

ମୁମ୍ବାଇର ଏକ ନବବିବାହିତ ଯୋଡିଙ୍କୁ ହନିମୁନ୍‌ ଟ୍ରିପ ପଡିଲା ମହଙ୍ଗା। ବିମାନରୁ ଅବତରଣ କରୁ କରୁ କରାଗଲା ଗିରଫ। ସର୍ମ୍ପକୀୟଙ୍କ ହନିମୁନ ଟ୍ରିପ ପାଇଁ ଫସିଗଲେ ନବଦମ୍ପତି। ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ବର୍ଷେ ହେବ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି। ଏମିତି ଭାବରେ ଫସାଇ ଦେଇଛନ୍ତି ତାଙ୍କର ଜଣେ ସମ୍ପର୍କୀୟ। ଏହି ନବଦମ୍ପତିଙ୍କ ଜଣେ ସମ୍ପର୍କୀୟ ସେମାନଙ୍କ ପାଇଁ ଏହି ଟ୍ରିପର ଆୟୋଜନ କରିଥିଲେ। କିନ୍ତୁ ମୁମ୍ବାଇରୁ ଉଡାଣ ଭରିବା ପୂର୍ବରୁ ନବବିବାହିତ ଯୋଡିଙ୍କ ବ୍ୟାଗରେ ଚାରି କିଲୋ ଡ୍ରଗ୍ସ ରଖିଦେଇଥିଲେ।

ଏହି ନବବିବାହିତ ଯୋଡିଙ୍କ ନାମ ହେଉଛି ଓନିବା ଏବଂ ଶାରିକ। ଉପହାର ସ୍ୱରୂପ ଜଣେ ସମ୍ପର୍କୀୟ ସେମାନଙ୍କ ପାଇଁ ୬ ଜୁଲାଇ, ୨୦୧୯ରେ କତର ଯାତ୍ରାର ବ୍ୟବସ୍ଥା କରିଥିଲେ। ଯେମିତି ହିଁ ସ୍ୱାମୀ-ସ୍ତ୍ରୀ ହମାଦ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଓହ୍ଲାଇଛନ୍ତି, ଠିକ ସେତିକିବେଳେ ଲଗେଜରେ ଡ୍ରଗ୍ସ ରଖିଥିବା ଅଭିଯୋଜରେ ସେମାନଙ୍କୁ ଜେଲ ପଠାଇ ଦିଆଗଲା।

ଏକ ରିପୋର୍ଟ ମୁତାବକ ଯେତେବେଳେ ଏହି ଘଟଣା ଘଟିଥିଲା ସେତେବେଳେ ଓନିବା ଗର୍ଭବତୀ ଥିଲେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଦମ୍ପତିଙ୍କୁ କତରୀ କୋର୍ଟ ଅଦାଲତ ଦଣ୍ଡସ୍ୱରୁପ ୧୦ ବର୍ଷର ଜେଲ ଦଣ୍ଡ ସହିତ ନିଶାଦ୍ରବ୍ୟ ରଖିବା ଅଭିଯୋଗରେ ଏକ କୋଟି ଟଙ୍କା ଜରିମାନା ଲଗାଇଥିଲେ। କିନ୍ତୁ ଏବେ ମୁମ୍ବାଇ ପୋଲିସ ଏବଂ ଏନସିବି ଗୋଟେ ବର୍ଷ ଯାଞ୍ଚ କରିବା ପରେ ଏହା ତଥ୍ୟ ପାଇଥିଲେ ଯେ ଦମ୍ପତିଙ୍କୁ ତାଙ୍କ ସମ୍ପର୍କୀୟ ଖୁଡି ଧୋକା ଦେଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.