Below header

ଚାଇନାକୁ ବୟକଟ୍‌ କରିବା ଅଭିଯାନରେ ସାମିଲ ହେଲା ହିରୋ ସାଇକେଲ, ରଦ୍ଦ କଲା ୯୦୦ କୋଟି ଟଙ୍କାର ଡିଲ୍‌

କରୋନା ଭାଇରସ୍‌ ଓ ଲଦାଖରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ଘଟଣା ପରେ ଲୋକମାନେ ଚୀନ୍‌ ଉପରେ ଭୀଷଣ ଭାବେ ରାଗି ଯାଇଛନ୍ତି। ଏଣୁ ଚୀନ୍‌ ଦ୍ରବ୍ୟକୁ ବର୍ଜନ କରିବାକୁ ଅଭିଯାନ ଚଳାଇଛନ୍ତି। ଏହି ଅଭିଯାନ ଅନ୍ତର୍ଗତ ଲୋକମାନେ ଚୀନ୍‌ ଉତ୍ପାଦିତ ଦ୍ରବ୍ୟକୁ ବ୍ୟବହାର ନ କରି ଭାରତ ଉତ୍ପାଦିତ ଜିନିଷ ବ୍ୟବହାର କରିବାକୁ ପରାମର୍ଶ ଦେଉଛନ୍ତି। ଏହି ଅଭିଯାନରେ କେତେକ ଆଗଧାଡ଼ିର ବାହନ ନିର୍ମାତା କମ୍ପାନୀ ମଧ୍ୟ ସାମିଲ ହୋଇଛନ୍ତି। ଏବେ ଏହି ଅଭିଯାନକୁ ଭାରତର ସବୁଠୁ ବଡ଼ ସାଇକେଲ ନିର୍ମାତା କମ୍ପାନୀ ହିରୋ ସମର୍ଥନ ଜଣାଇଛି।

ଚୀନ୍‌କୁ ବୟକଟ୍‌ କରିବା ଅଭିଯାନରେ ସାମିଲ ହୋଇ ହିରୋ ଘୋଷଣା କରିଛି ଯେ ସେ ଚୀନ୍‌ ସହ ସମସ୍ତ ବ୍ୟାଣିଜ୍ୟ ବ୍ୟାପାର ଛିନ୍ନ କରୁଛି। ଏଭଳି ଘୋଷଣା ହିରୋ ସାଇକେଲର ସିଏମ୍‌ଡି ପଙ୍କଜ ମୁଞ୍ଜାଲ କରିଛନ୍ତି। ପଙ୍କଜ କହିଛନ୍ତି ଯେ ଆସନ୍ତା ୩ ମାସ ମଧ୍ୟରେ ହିରୋ ସାଇକେଲ ଚୀନ୍‌ ସହ ୯୦୦ କୋଟି ଟଙ୍କାର ବ୍ୟାପାର କରିବାକୁ ଯାଉଥିଲା। କିନ୍ତୁ ଚୀନ୍‌କୁ ଦେଶ ବ୍ୟାପୀ ବୟକଟ୍‌ କରାଯାଉଥିବାରୁ ସେ ମଧ୍ୟ ଏହି ବେପାର ବନ୍ଦ କରୁଛି। ଏବେ ଚୀନ୍‌ ସହ ନୁହେଁ ବରଂ ଜର୍ମାନୀ ସହ ହିରୋ ବାଣିଜ୍ୟ କରିବାକୁ ଚିନ୍ତା କରିଥିବା କହିଛନ୍ତି।

Boycott China': Hero Cycles cancels Rs.900 crore deal with Chinese ...

ସୂଚନାଯୋଗ୍ୟ ଯେ ହିରୋ ସାଇକେଲର ଚାହିଦା ସାରା ବିଶ୍ୱରେ ରହିଛି। ଏଣୁ କମ୍ପାନୀ ଏହାର ଉତ୍ପାଦନ ବୃଦ୍ଧି କରିବାକୁ ଉଦ୍ୟମ ଜାରି ରଖିଛି। ଅନ୍ୟପଟେ କରୋନା ଯୋଗୁ ଏବେ ସବୁ ବେପାର ମାନ୍ଦାବସ୍ଥା ଦେଇ ଗତି କରୁଛି। ଏଣୁ ହିରୋ ନିଜ କଞ୍ଚାମାଲ ଦେଶ ଭିତରୁ ହିଁ ସଂଗ୍ରହ କରିବା ଉପରେ ଗୁରୁତ୍ୱ ଦେଉଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.