ଧୂମପାନ କରୁଥିବା ବ୍ୟକ୍ତିଙ୍କୁ ଲାଇଫ୍‌ ଇନ୍ସ୍ୟୁରାନ୍ସ ପାଇଁ ଦେବାକୁ ପଡ଼େ ଅଧିକ ପ୍ରିମିୟମ୍‌, ଜାଣନ୍ତୁ କାହିଁକି

ଧୂମପାନ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ଏବେ ଏହା ଆପଣଙ୍କ ପକେଟ୍ ଉପରେ ମଧ୍ୟ ପ୍ରଭାବ ପକାଇବ। ଯଦି ଆପଣ ସିଗାରେଟ୍, ବିଡି କିମ୍ବା ଅନ୍ୟ କୌଣସି ଧୂମପାନ କରୁଥାନ୍ତି, ତେବେ ଲାଇଫ୍ ଇନ୍ସ୍ୟୁରାନ୍ସ ନେବାବେଳେ ଆପଣଙ୍କୁ ଅଧିକ ପ୍ରିମିୟମ୍ ଦେବାକୁ ପଡ଼ିବ। ଇନ୍ସ୍ୟୁରାନ୍ସ କମ୍ପାନୀଗୁଡ଼ିକ ପ୍ରିମିୟମ୍ ସ୍ଥିର କରିବା ସମୟରେ ଆପଣଙ୍କ ହେଲଥ ରିସ୍କ ଦେଖିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଇନ୍ସ୍ୟୁରାନ୍ସ କମ୍ପାନୀଗୁଡ଼ିକ ସିଗାରେଟ୍ କିମ୍ବା ଅନ୍ୟ କୌଣସି ଧୂମପାନ କରୁଥିବା ବ୍ୟକ୍ତିଙ୍କ ଠାରୁ ଅଧିକ ପ୍ରିମିୟମ୍ ଚାର୍ଜ କରିଥାନ୍ତି।

ଧୂମପାନ କରୁଥିବା ବ୍ୟକ୍ତିଙ୍କଠାରେ ରୋଗ ହେବା ଓ ମୃତ୍ୟୁ ଘଟିବା ଆଶଙ୍କା ଅଧିକ ରହିଥାଏ। ଯେପରି ସିଗାରେଟ୍ ପିଇବା ଦ୍ୱାରା ହୃଦ୍‌ଜନିତ ସମସ୍ୟା ଓ ବ୍ଲଡ ପ୍ରେସର ବଢ଼ିବା ଆଶଙ୍କା ରହିଥାଏ । ସେହିପରି ଏହା ଦ୍ୱାରା ହାର୍ଟରେ ଇନ୍‌ଫେକସନ୍‌ର ଆଶଙ୍କା ମଧ୍ୟ ଥାଏ। ଏଣୁ ଲାଇଫ୍ ଇନ୍ସ୍ୟୁରାନ୍ସ କମ୍ପାନୀ ଜୀବନବୀମାର ଦର ଏମାନଙ୍କ ପାଇଁ ଅଧିକ ରଖିଥାଆନ୍ତି।

smoking

ସାଧାରଣତଃ ଇନ୍ସ୍ୟୁରାନ୍ସ ଦୁଇ ପ୍ରକାରର ହୋଇଥାଏ। ପ୍ରଥମଟି କମ୍ ରୋଗ ଥିବା ବ୍ୟକ୍ତି ବା ସମ୍ପୂର୍ଣ୍ଣ ସୁସ୍ଥ ବ୍ୟକ୍ତି। ଏଥିରେ ସଫ୍ଟ ୱେୟାର ଇଞ୍ଜିନିୟର, ବ୍ୟାଙ୍କର ଓ ମାର୍କେଟିଂ କନ୍‌ସଲ୍ଟାଣ୍ଟ ରହିଥାନ୍ତି। ଏମାନେ କମ୍ ପ୍ରିମିୟମ୍ ଦେଇଥାଆନ୍ତି। ଦ୍ୱିତୀୟଟିରେ ପୋଲିସ ଓ ଅନ୍ୟ ବିପଦପୂର୍ଣ୍ଣ କାମ କରୁଥିବା ବ୍ୟକ୍ତି ଆସନ୍ତି। ଏହି ଶ୍ରେଣୀରେ ଧୂମପାନ କରୁଥିବା ବ୍ୟକ୍ତି ବି ରହିଥାନ୍ତି। ଏମାନଙ୍କୁ ଅଧିକ ପ୍ରିମିୟମ୍ ଦେବାକୁ ପଡ଼େ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.