କାର ଲଭରଙ୍କ ପାଇଁ ଆସିଲା କମାଲର ଇଲେକଟ୍ରିକ କାର, ୩ ଘଣ୍ଟା ଚାର୍ଜରେ ଚାଲିବ ୭୦ କିଲୋମିଟର

କାର ପ୍ରେମୀଙ୍କ ପାଇଁ ଏକ ବଢ଼ିଆ ଖବର ନେଇ ଆସିଛୁ। ଆଜି ଆମେ ଆପଣଙ୍କୁ ଏମିତି ଏକ ଖାସ୍‌ କାର ବିଷୟରେ ଜଣାଇବାକୁ ଯାଉଛୁ ଯେଉଁ କାରରେ ଆପଣଙ୍କୁ ଲାଇସେନ୍ସର ଆବଶ୍ୟକ ପଡିବ ନାହିଁ। ଏହାସହିତ ଏହି କାରକୁ ୧୪ ବର୍ଷରୁ ଉର୍ଦ୍ଧ୍ୱ ପିଲାମାନଙ୍କୁ ଚଲାଇବାର ମଧ୍ୟ ଅନୁମତି ରହିଛି। କେବଳ ଏତିକି ନୁହେଁ କାରର ହୋମ ଡେଲିଭରୀ ସହିତ ରେଣ୍ଟରେ ନେବାରେ ମଧ୍ୟ ସୁବିଧା ରହିଛି। ଆସନ୍ତୁ ଆଉ ଡେରି ନକରି ଜାଣିବା କାରର ପିଚର୍ସ ଏବଂ ଖାସିୟତ୍‌।

ଫ୍ରାନ୍ସ ଅଟୋମେକର କମ୍ପାନୀ Citroën ନୂଆ ଇଲେକଟ୍ରିକ କାର Ami ଲଞ୍ଚ୍‌ କରିଛି। ଏହି କାରକୁ ଖାସ୍‌ କରି ୟଙ୍ଗ୍‌ ଜେନେରେସନକୁ ଧ୍ୟାନରେ ରଖି ତିଆରି କରାଯାଇଛି। ଫ୍ରାନ୍ସରେ ଏହି କାରର ବେସ୍‌ ମଡେଲର ଦାମ ପ୍ରାୟ ୬,୦୦୦ ୟୁରୋ ଯାହା ଭାରତୀୟ ମୁଦ୍ରାରେ ୫.୨୨ ଲକ୍ଷ ଟଙ୍କା। କମ୍ପାନୀ ଦାବି କରିଛି ଯେ କାର ପାଇଁ ଏବେ ପର୍ଯ୍ୟନ୍ତ ପ୍ରାୟ ୧୦୦୦ ଅଡର୍ସ ମଧ୍ୟ ମିଳିସାରିଲାଣି।

ଏବେ ଆସନ୍ତୁ ଜାଣିବା କାରର ବ୍ୟାଟେରୀ ଏବଂ ଚାର୍ଜିଂ ବିଷୟରେ

carଏହି ଦମଦାର ଇଲେକଟ୍ରିକ କାରରେ ୬ କିଲୋଓ୍ଵାଟର ଇଲେକଟ୍ରିକ ମୋଟର ଲଗାଯାଇଛି। ସେହିପରି ଏହି କାରର ଅଧିକାଂଶ ପାର୍ଟରେ ପ୍ଲାଷ୍ଟିକ ଲାଗିଛି। ଏଥିରେ 5.5kWh ବ୍ୟାଟେରୀ ଦିଆଯାଉଛି। ଯାହାକୁ ଚାର୍ଜ ହେବାରେ ପ୍ରାୟ ତିନି ଘଣ୍ଟାରୁ କମ୍‌ ସମୟ ନେଇଥାଏ।

ଏହାର ଟପ୍‌ ସ୍ପିଡ ବିଷୟରେ କହିବା ତ ଏହି କାର ଥରକେ ଚାର୍ଜରେ ୭୦ କିମି ପର୍ଯ୍ୟନ୍ତ ଯାତ୍ରା କରିପାରିବ। କାରକୁ ଦୂର ସ୍ଥାନ ପର୍ଯ୍ୟନ୍ତ ଯାତ୍ରା ନ କରିପାରିଲେ ବି ସିଟି ଡାଇଭ୍‌ ପାଇଁ ଏହା ବହୁତ ବଢ଼ିଆ ଅପସନ୍‌ ହେବ। ଏହାର ଟପ୍‌ ସ୍ପିଡ୍‌ 45kmph ରହିଛି।

ଏହି କାର ବହୁତ କମ୍ପଫର୍ଟଟେବୁଲ ହେବା ସହିତ ଏହାର ସାଇଜ୍‌ ରହିଛି ୨.୪୧ ମିଟର। କାରରେ ୨ ଜଣ ଲୋକ ଆରାମରେ ବସିବାର ସୁବିଧା ଦିଆଯାଇଛି। ସବୁଠୁ ଖାସ୍‌ କଥା ହେଉଛି ଏହି କାର ସହିତ ୬ କଲର୍ଡ ଆକ୍ସେସରିଜ ପ୍ୟାକ୍ସ ଦିଆଯାଇଛି, ଯାହା ଜରିଆରେ ଆପଣ ଏହାକୁ ନୂଆ ଲୁକ ମଧ୍ୟ ଦେଇପାରିବେ। ଏଥିରେ ସନରୁଫର ଫିଚର ମଧ୍ୟ ରହିଛି। ତେବେ ଇଲେକଟ୍ରିକ କାର ଜମାନାରେ କାର ଲଭରଙ୍କ ପାଇଁ ଏହି କାର ଏକଦମ୍‌ ବେଷ୍ଟ ହେବା ସହ କମ୍ଫଟେବଲ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.