ବଜେଟ ପୂର୍ବରୁ ଝଟକା, ବଢିଲା ଏଲପିଜି ସିଲିଣ୍ଡର ଦାମ୍‌

ବଢିଲାଗ୍ୟାସ ଦର । ଅଏଲ ମାର୍କେଟିଂ କମ୍ପାନୀ ୧୯ କିଗ୍ରା କର୍ମସିଆଲ ଗ୍ୟାସ ସିଲିଣ୍ଡର ମହଙ୍ଗା ହୋଇଛି । ର୍ମସିଆଲ ଗ୍ୟାସ ସିଲିଣ୍ଡର ଦାମ୍‌ ୧୪ ଟଙ୍କା ବୃଦ୍ଧି ପାଇଛି । ଏହି ଦର ଆଜିଠାରୁ ଲାଗୁ ହେବ ।

ଆଜି ସଂସଦରେ ବଜେଟ ଉପସ୍ଥାପନା କରାଯିବ । ଏହା ପୂର୍ବରୁ ଦେଶରେ ବଢିଛି ଗ୍ୟାସ ଦର । ଅଏଲ ମାର୍କେଟିଂ କମ୍ପାନୀ ୧୯ କିଗ୍ରା କର୍ମସିଆଲ ଗ୍ୟାସ ସିଲିଣ୍ଡର ମହଙ୍ଗା ହୋଇଛି । ଆଇଓସିଏଲ େଓ୍ଵବସାଇଟ ମୁତାବକ, କର୍ମସିଆଲ ଗ୍ୟାସ ସିଲିଣ୍ଡର ଦାମ୍‌ ୧୪ ଟଙ୍କା ବୃଦ୍ଧି ପାଇଛି । ଏହି ଦର ଆଜିଠାରୁ ଲାଗୁ ହେବ ।

ଏହାପରେ ରାଜଧାନୀ ଦିଲ୍ଲୀରେ କର୍ମସିଆଲ ଗ୍ୟାସ ସିଲିଣ୍ଡର ଦାମ୍‌ ବଢି ୧୭୬୯.୫୦ ପଇସା ହୋଇଛି । ସେହିପରି କୋଲକତାରେ ୧୮୮୭ ଟଙ୍କା, ମୁମ୍ବାଇରେ ୧୭୨୩ ଟଙ୍କା ଏବଂ ଚେନ୍ନାଇରେ ୧୯୩୭ ଟଙ୍କା ହୋଇଛି ।

ଗତମାସରେ ୧୯ କିଗ୍ରା ସିଲିଣ୍ଡର ଦାମ୍‌ ହ୍ରାସ ପାଇଥିଲା । ଦିଲ୍ଲୀରେ ୧.୫୦ ପଇସାରୁ ୪.୫୦ ଦାମ୍‌ କମ ରହିଥିଲା ।

ତେବେ କେବଳ କର୍ମସିଆଲ ଗ୍ୟାସ ସିଲିଣ୍ଡର ଦର ବଡିଛି । ଏହାପରେ ଘରୋଇ ଗ୍ୟାସ ସିଲିଣ୍ଡର ଦାମ ସ୍ଥିର ରହିଛି । ଦିଲ୍ଲୀରେ ୧୪.୨ କିଗ୍ରା ଘରୋଇ ଗ୍ୟାସ ଦର ୯୦୩ ଟଙ୍କା ରହିଥିବା ବେଳେ କୋଲକତାରେ ୯୨୯, ମୁମ୍ବାଇରେ ୯୦୨.୫୦ ଏବଂ ଚେନ୍ନାଇରେ ୯୧୮.୫୦ ଟଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.