ସ୍ୱପ୍ନର ଘର ତିଆରି କରିବା ହୋଇଯିବ କଷ୍ଟ, ବଢିଲା ସିମେଣ୍ଟ ଦର

ଏବେ ଘର ତିଆରି ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ବଢିଲା ସିମେଣ୍ଟ ଦର । ସିମେଣ୍ଟ କମ୍ପାନୀ ଗତ ମାସ ଅପେକ୍ଷା ଚଳିତ ମାସରେ ସିମେଣ୍ଟ ଦାମ୍‌ ୧୨ରୁ ୧୩%କୁ ବୃଦ୍ଧି କରିଥିବା ଜଣାପଡିଛି ।

ଘର ତିଆରି କରିବା ପାଇଁ ଯୋଜନା କରୁଛନ୍ତି କି ? ଆପଣଙ୍କ ଲାଗିବାକୁ ଯାଉଛି ବଡ଼ ଝଟକା । ଘର ତିଆରି ପାଇଁ ସବୁଠୁ ଅଧିକ ଦରକାର ପଢୁଥିବା ଜିନିଷ ସିମେଣ୍ଟର ଦରବୃଦ୍ଧି ହୋଇଛି । କାରଣ ଗତ ମାସ ଅପେକ୍ଷା ଚଳିତ ମାସରେ ସିମେଣ୍ଟ କମ୍ପାନୀ ଦାମ୍‌ ବଢାଇଛନ୍ତି । ସିମେଣ୍ଟ ଦାମ୍‌ ୧୨ ରୁ ୧୩ % ବୃଦ୍ଧି କରିଛି ସବୁ କମ୍ପାନୀ। ମୌସୁମୀ ବିଳମ୍ବରେ ଆସିବା ଯୋଗୁ ସିମେଣ୍ଟ ଦର ବୃଦ୍ଧ ହୋଇଛି । ଏଥିପାଇଁ ଲୋକଙ୍କୁ ଘର ତିଆରି କରିବା ପାଇଁ ଏବେ ଅଧିକ ଟଙ୍କା ଖର୍ଚ୍ଚ କରିବା ପାଇଁ ପଡିବ ।

ସିମେଣ୍ଟ ଦର ବୃଦ୍ଧି ଯୋଗୁ ଭାରତରେ ୫୦ କିଲୋ ସିମେଣ୍ଟର ମୂଲ୍ୟ ୩୮୨ ଟଙ୍କାରେ ପହଞ୍ଚିଛି । ଉତ୍ତର-ପୂର୍ବ ଅଞ୍ଚଳରେ ସିମେଣ୍ଟର ଏକ ବସ୍ତା ୩୨୬ ଟଙ୍କା ରୁ ୪୦୦ ଟଙ୍କା ମୂଲ୍ୟରେ ପହଞ୍ଚିଛି । କିନ୍ତୁ ବର୍ଷା ଋତୁରେ ଘର ତିଆରି କମ୍ ହେବା ଯୋଗୁ ସିମେଣ୍ଟ ଦର ହ୍ରାସ ହୋଇଥାଏ । ହେଲେ ସେପ୍ଟେମ୍ୱରରେ ଏହାର ମୂଲ୍ୟ ବୃଦ୍ଧି ଲୋକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।

ସିମେଣ୍ଟ ତିଆରି କରୁଥିବା କମ୍ପାନୀ ଏବଂ ବଢୁଥିବା ଦର ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ବର୍ଷା ଋତୁ ଶେଷ ହୋଇଯିବ, ସେବେ ସିମେଣ୍ଟର ମୂଲ୍ୟରେ ଆହୁରି ବୃଦ୍ଧି ହୋଇପାରେ ବୋଲି ଏକ୍ସପର୍ଟ ଅନୁମାନ କରୁଛନ୍ତି ।

ସୂଚନା ମୁତାବକ, ପ୍ରାୟ ୩ ମାସ ମଧ୍ୟରେ କୋଇଲା ମୂଲ୍ୟ ୧୫ % ଏବଂ ପେଟ୍‌କୋଟ୍‌ ମୂଲ୍ୟ ୨୮ % ବୃଦ୍ଧି ହୋଇଛି । ହେଲେ କିଛି ବର୍ଷରେ ଏହାର ଦର ହ୍ରାସ ମଧ୍ୟ ହୋଇଛି । ୨୦୨୪ ମଧ୍ୟରେ ଏହି ସବୁ ଜିନିଷର ଦର ଆହୁରି ବୃଦ୍ଧି ପାଇପାରେ । ୨୦୨୫ରେ ସିମେଣ୍ଟର ଚାହିଦା ଅଧିକ ବଢିପାରେ ବୋଲି ଅନୁମାନ କରାଯାଉଛି ।

ଏକ୍ସପର୍ଟସଙ୍କ କହିବା ମୁତାବକ, ଏହି ଭଳି ଯଦି ସିମେଣ୍ଟ ମୂଲ୍ୟ ରହିଲା, ତେବେ ଟନ୍ ପିଛା ୮୦୦ ରୁ ୯୦୦ ଟଙ୍କା ଲାଭ ହେବା ବଦଳରେ ୧୨୦୦ ରୁ ୧୩୦୦ ଟଙ୍କା ଟନ୍ ପିଛା ରୋଜଗାର ହେବାର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.