୩ ମାସର ଝିଅକୁ ସହକର୍ମୀଙ୍କୁ ଦେଇ ଫେରାର ହେଲେ ଅଙ୍ଗନୱାଡି ଦିଦି, ପ୍ରେମିକ ସହ ପଳାଇ ଥିବା ଅଭିଯୋଗ

୩ ମାସର ଶିଶୁକନ୍ୟାକୁ ସହକର୍ମୀଙ୍କୁ ଦେଇ ଫେରାର ହୋଇଗଲା ମାଆ । ଶିଶୁକୁ ନେଇ ଥାନାର ଦ୍ବାରସ୍ଥ ହେଲେ ସହକର୍ମୀ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଅଞ୍ଚଳରେ ଏଭଳି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

ଖୋର୍ଦ୍ଧା (କେନ୍ୟୁଜ): ୩ ମାସର ଶିଶୁକନ୍ୟାକୁ ସହକର୍ମୀଙ୍କୁ ଦେଇ ଫେରାର ହୋଇଗଲା ମାଆ । ଶିଶୁକୁ ନେଇ ଥାନାର ଦ୍ବାରସ୍ଥ ହେଲେ ସହକର୍ମୀ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଅଞ୍ଚଳରେ ଏଭଳି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । କଳାଙ୍ଗ ପଞ୍ଚାୟତ ଦିବ୍ୟସିଂହପୁର ଶାସନ ଗାଁର ଅଙ୍ଗନୱାଡି କର୍ମୀ ରୋଜାଲିନ ସେଠୀ ଶିଶୁକନ୍ୟାନୁ ନେଇ ବ୍ଲକ କାର୍ଯ୍ୟାଳୟରେ ମିଟିଂକୁ ଯାଇଥିଲେ । ସେଠାରୁ ଫେରିବା ସମୟରେ ମାଳିସାହି ଅଙ୍ଗନୱାଡି କର୍ମୀ ସଞ୍ଜୁଲତା ସିଂହଙ୍କୁ ଶିଶୁକୁ ଦେଇ କୁଆଡେ ଚାଲିଯାଇଥିଲେ । ଦୀର୍ଘ ସମୟ ପରେ ନଫେରିବାରୁ ସହକର୍ମୀ ଜଣକ ପିଲାଟିକୁ ରୋଜାଲିନଙ୍କ ପରିବାର ପାଖକୁ ନେଇଥିଲେ । ହେଲେ ଶିଶୁକନ୍ୟାକୁ ଗ୍ରହଣ କରିନଥିଲେ ପରିବାର ।

ଏପରିକି ରୋଜାଲିନ୍ ପ୍ରେମିକ ସହ ଫେରାର ହୋଇଯାଇଥିବା ଅଭିଯୋଗ କରିଥିଲେ । ପରେ ସଞ୍ଜୁଲତା ଶିଶୁକନ୍ୟାକୁ ନେଇ ବୋଲଗଡ ଥାନାର ଦ୍ବାରସ୍ଥ ହେବା ପରେ ଶିଶୁ ସୁରକ୍ଷା ବିଭାଗକୁ ପଠାଯାଇଛି । ରୋଜାଲିନଙ୍କ ସ୍ବାମୀ ବାହାରେ ରହୁଥିବାବେଳେ ଘରେ ଶାଶୂ ଓ ୭ବର୍ଷର ପୁଅ ଅଛନ୍ତି । ପୂର୍ବରୁ ରୋଜାଲିନ୍ ଦୁଇ ଦୁଇ ଥର ଏଭଳି କାମ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.